ନୂଆଦିଲ୍ଲୀ (୩୦.୩.୨୩) : ଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନ । ହେଟସ୍ପିଚ୍ ବନ୍ଦ ପାଇଁ ରାଜନୀତିରୁ ଧର୍ମ ଅଲଗା ହେବା ଜରୁରୀ । ଯେତେବେଳେ ରାଜନେତା ଧର୍ମର ବ୍ୟବହାର ବନ୍ଦ କରିବେ ସେବେ ଘୃଣା ଭାଷଣ ବନ୍ଦ ହୋଇଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏକ ଘୃଣା ଭାଷଣ ମାମଲାର ଶୁଣାଣି କରି ଏପରି କହିଛନ୍ତି ସୁପ୍ରିମକୋର୍ଟ । କେତକ ବ୍ୟକ୍ତି ଲଗାତାର ଘୃଣା ଭାଷଣ ଦେଉଥିବା ଦେଖିବାକୁ ମିଳୁଛି । ଏକ୍ଷେତ୍ରରେ ଲୋକଙ୍କୁ ସଂଜମ ରକ୍ଷା କରିବାକୁ ପଡିବ । କିନ୍ତୁ ଏକ୍ଷେତ୍ରରେ ରାଜ୍ୟମାନେ ନିଷ୍କ୍ରିୟତା ଦେଖାଉଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଖଣ୍ଡପୀଠ । ଏଭଳି ନିଷ୍କ୍ରିୟତା ଯୋଗୁ ସବୁଠି ଘୃଣାର ବାତାବରଣ ବଢାଉଛି ବୋଲି ଜଷ୍ଟିସ୍ କେ.ଏମ. ଯୋଶେଫ୍ ଏବଂ ଜଷ୍ଟିସ୍ ବିଭି ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ । ପୂର୍ବ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ , ଅଟଳ ବିହାରୀ ବାଜପେୟୀଙ୍କ ଭାଷଣର ଉଦାହରଣ ଦେଇ ଖଣ୍ଡପୀଠ କହିଛନ୍ତି ସେମାନଙ୍କ ଭାଷଣ ଶୁଣିବାକୁ ଲୋକେ ଦୁରଦୂରାନ୍ତରୁ ଆସୁଥିଲେ । ଏବେ ଭାଷଣରେ ଘୃଣାର ମାତ୍ରା ବଢିଚାଲିଛି । ଏଭଳି ସ୍ଥତିରେ ଅଦାଲତ କେବେ ଲୋକଙ୍କ ବିରୋଧରେ ଅବମାନନା କାର୍ଯ୍ୟାନୁଷ୍ଠାନ କରିପାରିବେ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ