କର୍ଣ୍ଣଟକ (୩୦.୩.୨୩) : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ବୁଧବାର ଦିନ ଏକ ବଡ ଘୋଷଣା କରିଛନ୍ତି । ସେ ସ୍ପଷ୍ଟ କରିଦେଇଛନ୍ତି କି, ଚଳିତ ବିଧାନସଭା ନିର୍ବାଚନ ସେ ଲଢିବେ ନାହିଁ । ୟେଦୁରପ୍ପ ବୟସାଧିକ କାରଣରୁ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି । ସେ କହିଛନ୍ତି କି, ମୋର ବୟସ ୮୦ବର୍ଷ ପାର ହୋଇଯାଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲି ଓ ଏହି କାରଣରୁ ଏବେ ନିର୍ବାଚନ ଲଢିବି ନାହିଁ । ଏହାସହ ସେ ନିର୍ବାଚନ ପ୍ରଚାର କରି ପୁଣି ରାଜ୍ୟରେ ବିଜେପିକୁ କ୍ଷମତାସୀନ କରାଇବାକୁ କହିଛନ୍ତି । ୟେଦୁରପ୍ପା କହିଛନ୍ତି କି ଚଳିତ ବିଧାନସଭା ନିର୍ବାଚନରେ ବିଜେପି କର୍ଣ୍ଣାଟକରେ ପୂର୍ଣ୍ଣ ବହୁମତ ହାସଲ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦଳ ପୁଣି କର୍ଣ୍ଣାଟକରେ ସରକାର ଗଠନ କରିବ ବୋଲି ଦାବି କରିଛନ୍ତି ଏହି ପୂର୍ବ ମୁଖ୍ୟମନ୍ତ୍ରୀ । ଏହାସହ ସେ କଂଗ୍ରେସ ଆଣିଥିବା ୪୦ ପ୍ରତିଶତ କମିଶନ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।ସୂଚନା ଥାଉକି ବୁଧବାର ଦିନ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ରାଜ୍ୟରେ ମେ’୧୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ହେବ ଓ ୧୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । କର୍ଣ୍ଣାଟକରେ ଏବେ ବିଜେପିର ସରକାର ରହିଛି । ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ରାଜ୍ୟରେ ଏବେ ୫କୋଟି ୨୧ ଲକ୍ଷ ୭୩ ହଜାର ୫୭୯ ଜଣ ମତଦାତା ରହିଛି । ଏଥି ମଧ୍ୟରେ ୨.୫୯ କୋଟି ମହିଳା ଭୋଟର ଥିବା ବେଳେ ୨.୬୨ କୋଟି ପୁରୁଷ ଭୋଟର ରହିଛନ୍ତି । ଏହାସହ ୯.୧୭ ଲକ୍ଷ ନୂଆ ଭୋଟର ଚଳିତ ବିଧାନସଭା ନିର୍ବାଚନରେ ମତଦାନ କରିବେ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ