ଭୁବନେଶ୍ବର, ଏଣିକି କମିବ ସ୍କୁଲ ବ୍ୟାଗ ଓଜନ । ପ୍ରତ୍ୟେକ ପିଲାର ନିଜ ଓଜନଠାରୁ ୧୦ ପ୍ରତିଶତରୁ କମ ରହିବ ସ୍କୁଲ ବ୍ୟାଗର ଓଜନ । ଏନେଇ ସମସ୍ତ ରାଜ୍ୟକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ,ଯଦି ଛାତ୍ର କିମ୍ବା ଛାତ୍ରୀଙ୍କ ଓଜନ ୨୦ କି.ଗ୍ରା ହୋଇଥିବ ତେବେ୨ କି.ଗ୍ରା. ଓଜନର ଓଜନର ବହି ଓ ବ୍ୟାଗ ଧରି ସ୍କୁଲକୁ ଯିବ । ଯଦି ଓଜନ ଏହାଠାରୁ ଅଧିକ ହୁଏ ତେବେ ସ୍କୁଲ କର୍ତ୍ତୃପକ୍ଷ ଏନେଇ ଅଭିଭାବକଙ୍କୁ ଜଣାଇବେ । ଏହି ନିୟମ ଅନୁଯାୟୀ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀ କ୍ଲାସ ୱାର୍କ ପାଇଁ ଗୋଟିଏ ନୋଟ ବୁକ୍ ବ୍ୟବହାର କରିବେ। ଦ୍ୱିତୀୟରୁ ପଞ୍ଚମ ଶ୍ରେଣୀ ପାଠ ପଢୁଥିବା ଛାତ୍ରଛାତ୍ରୀ ୨ଟି ନୋଟ୍ ବୁକ୍ ବ୍ୟବହାର କରିବେ । ୨୦୨୧-୨୨ ଶିକ୍ଷା ବର୍ଷରୁ ସମସ୍ତ ରାଜ୍ୟରେ ଏହି ନିୟମ ପାଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ