You are currently viewing ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ରେଳ ଲାଇନ ଉଡାଇଲେ ମାଓବାଦୀ

ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ରେଳ ଲାଇନ ଉଡାଇଲେ ମାଓବାଦୀ

ରାଉରକେଲା(ଏଏନଏସ)୨୦/୧୧: ମାଓବାଦୀଙ୍କ ବର୍ବରତା । ବିସ୍ଫୋରଣ କରି ଉଡାଇଦେଲେ ରେଳ ଟ୍ରାକ । ଫଳରେ ବାଧାପ୍ରାପ୍ତ ହୋଇଛି ଯାତାୟତ। ଝାରଖଣ୍ଡ ଚକ୍ରଧରପୁର ଶୋନୂଆ ଷ୍ଟେସନ ମଝି ହାଉଡା ମୁମ୍ବାଇ ମେନ ଲାଇନ ଉଭୟ ଡାଉନ ଏବଂ ଅପ ଟ୍ରେନ ଲାଇନ ଉଡାଇ ଦେଇଛନ୍ତି। ଘଟଣାସ୍ଥଳରେ ରେଳ କର୍ମଚାରୀ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ପ୍ରଖ୍ୟାତ ମାଓ ନେତା ପ୍ରଶାନ୍ତ ବୋଷ ଓରଫ କିଶନ ଦା ଏବଂ ତାଙ୍କ ପତ୍ନୀଙ୍କ ଗିରଫ ପ୍ରତିବାଦରେ ମାଓବାଦୀମାନେ ଏ ହମଲା କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଏହି ବିସ୍ଫୋରଣ ମଧ୍ୟରାତ୍ରୀ ପ୍ରାୟ ୧୨ ଟାରେ ଏହି ଘଟଣା ଘଟିଥିବା ଜଣାପଡିଛି। ଯାହାଫଳରେ ହାଓ୍ୱଡ଼ା-ମୁମ୍ବାଇ ଟ୍ରେନ୍ ଚଳାଚଳାରେ ବିଳମ୍ବ ହେଉଛି । ମାଓବାଦୀ ମାନେ ସିଙ୍ଗଲ ଲାଇନ୍କୁ ବିସ୍ପୋରଣରେ ଉଡାଇଥିବାରୁ ଅନ୍ୟ ଏକ ଲାଇନ୍ରେ ଟ୍ରେନ୍ ଚଳାଚଳ ହେଉଛି । ଯେଉଁଥିଲାଗି ଟ୍ରେନ୍ ଚଳାଚଳରେ ବିଳମ୍ବ ହେଉଛି । ଘଟଣାସ୍ଥଳରେ ଏକ ମାଓ ପୋଷ୍ଟର ମରାଯାଇଥିବାର ସୂଚନା ମିଳିଛି । ଆରପିଏଫ, ରେଳବାଇର ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।