ଆଜି ହେଉଛି ପୂର୍ବତନ ରାଷ୍ଟ୍ରପତି କଲାମଙ୍କ ଜୟନ୍ତୀ

ଆଜି ହେଉଛି ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଡକ୍ଟର ଏପିଜେ ଅବଦୁଲ କାଲାମଙ୍କ ଜନ୍ମ ଜୟନ୍ତୀ । ଅବୁଲ ପାକିର ଜୈନୁଲାବ୍ଦିନ ଅବଦୁଲ କଲାମ ଜଣେ ଭାରତୀୟ ଏଇରୋସ୍ପେସ ବୈଜ୍ଞାନିକ ତଥା ରାଜନେତା ଯିଏକି ୨୦୦୨ରୁ୨୦୦୭ ପର୍ଯ୍ୟନ୍ତ ଭାରତର ଏକାଦଶ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ । ସେ ୧୫ ଅକ୍ଟୋବର ୧୯୩୧ରେ ତାମିଲନାଡୁର ରାମେଶ୍ୱରମରେ ଜନ୍ମଗ୍ରହଣ କରିଥିଲେ ଏବଂ ୨୭ ଜୁଲାଇ ୨୦୧୫ରେ ସିଲଙ୍ଗଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଗୋଟିଏ ଅବଧି ପରେ ଶି..ା., ଲେଖା,ଏବଂ ଜନସେବା ଜୀବନକୂୁ ଫେରି ଆସିଥିଲେ । ସେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ରେ ସମ୍ମାନିତ ହେବା ସହ ଅନେକ ସମ୍ମାନଜନକ ପୁରସ୍କାର ମଧ୍ୟ ପାଇଥିଲେ ।
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଶିଲଙ୍ଗରେ ଏକ ବକ୍ତୃତା ପ୍ରଦାନ କରୁଥିବାବେଳେ କଲାମ ୨୭ ଜୁଲାଇ ୨୦୧୫ ରେ ୮୩ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ଜାତୀୟ ସ୍ତରର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ହଜାର ହଜାର ଲୋକ ତାଙ୍କ ଜନ୍ମ ସହର ରମେଶ୍ୱରମରେ ଆୟୋଜିତ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ, ଯେଉଁଠାରେ ତାଙ୍କୁ ପୂର୍ଣ୍ଣ ରାଜ୍ୟ ସମ୍ମାନରେ ସମାଧି ଦିଆଯାଇଥିଲା। ଜନ୍ମ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଟ୍ୱିଟ କରି ତା

Leave A Reply

Your email address will not be published.