ଆସନ୍ତା କାଲି ରାକ୍ଷୀ। ଭାଇ ଓ ଭଉଣୀର ପବିତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା। କିନ୍ତୁ ସବୁ ବର୍ଷ ଭଳି ଏବର୍ଷ ଆଉ ସେତିକି ଜାକଜମକରେ ରାକ୍ଷୀ ପାଳନ ହେଉନି। ବଜାର ଘାଟ ସବୁ ଶୁନଶାନ୍। ରାକ୍ଷୀ ଦୋକାନ ବି ବହୁତ୍ କମ ଦେଖିବାକୁ ମିଳୁଛି। ସବୁରି ମୂଳରେ ଏଇ କରୋନା। ଏପଟେ ବେପାରୀଙ୍କ ବେପାର ମାନ୍ଦା, ସେପଟେ ଭାଇ ଓ ଭଉଣୀ ମନରେ ଦୁଃଖ। କରୋନା ପାଇଁ କେହି କୁଆଡେ ଯାଇପାରୁ ନାହାଁନ୍ତି। ସୋସିଆଲ ମିଡ଼ିଆ ପାଲଟିଛି ଏବେ ଶୁଭେଚ୍ଛା ଜଣେଇବାର ମାଧ୍ୟମ। ଯାହାବି ହେଇଗଲେ ସୁଧା ଭାଇ ଭଉଣୀ ନିଶ୍ଚୟ ଭାବରେ ରାକ୍ଷୀର ଉତ୍ସବ ମନେଇବେ।

ରାକ୍ଷୀ ପାଇଁ ବାଧକ ସାଜିଛି କରୋନା
- Post published:August 2, 2020
- Post category:ଜୀବନଶୈଳୀ
- Reading time:1 mins read