You are currently viewing ଆମ ଦେଶରେ ସ୍ୱାମୀଙ୍କ ସମ୍ପତ୍ତିରେ ଦ୍ୱିତୀୟ ପତ୍ନୀଙ୍କ ଅଧିକାର ଅଛି କି ?

ଆମ ଦେଶରେ ସ୍ୱାମୀଙ୍କ ସମ୍ପତ୍ତିରେ ଦ୍ୱିତୀୟ ପତ୍ନୀଙ୍କ ଅଧିକାର ଅଛି କି ?

ନିକଟରେ ଏଭଳି ଏକ ଘଟଣା ବମ୍ବେ ହାଇକୋର୍ଟରେ ସାମ୍ନାକୁ ଆସିଛି । ମହାରାଷ୍ଟ୍ର ରେଳ ପୋଲିସ୍ ରେ କାର୍ଯ୍ୟ କରୁଥିବା ଜଣେ ସବ୍‌ଇନ୍‌ସ୍ପେକ୍ଟର କୋଭିଡ଼ ୧୯ ରେ ମୃତ୍ୟୁ ବରଣ କରିଛନ୍ତି । ସରକାର କୋଭିଡ ୧୯ ସମୟରେ ଡ୍ୟୁଟି କରୁଥିବା ସରକାରି କର୍ମଚାରୀଙ୍କ ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ ନିମନ୍ତେ ଘୋଷଣା କରିଥିଲେ । ସେହି ସର୍ତ୍ତ ଅନୁଯାୟୀ ସରକାରଙ୍କ ତରଫରୁ ୫୦ଲକ୍ଷ ଟଙ୍କା ଓ ତାଙ୍କର ସମସ୍ତ ବୀମା ପୋଲିସ୍ କଲ୍ୟାଣ ପାଣ୍ଠି ସମେତ ତାଙ୍କର ପ୍ରାୟ ୬୫ ଲକ୍ଷ ଟଙ୍କା ହେଉଥିଲା । ଏହି ରାଶି ପାଇବା ପାଇଁ ଉଭୟ ପରିବାର କୋର୍ଟ ରେ ଆବେଦନ କରିଥିଲେ ।
ହିନ୍ଦୁ ବିବାହ ଧାରା ୫ ଅନୁଯାୟୀ ବର ଦ୍ୱିତୀୟ ବିବାହ କରିବା ପାଇଁ ପ୍ରଥମ ସ୍ତ୍ରୀ ମୃତ କିମ୍ବା ଛାଡପତ୍ର ଦେଇଥିବା ଦରକାର । ଯଦି ଏହି ନିୟମ ଅନୁସାରେ କେହି ଦ୍ୱିତୀୟ ବିବାହ କରିଛନ୍ତି, ତେବେ ସେ ସମ୍ପର୍କରେ କୋର୍ଟ ବିଚାର କରିବେ । କିନ୍ତୁ ଏଠାରେଏହି ମାମଲାରେ କୋର୍ଟ ନିଷ୍ପତି ନେଇଛନ୍ତି ଯେ ବ୍ୟକ୍ତି ଙ୍କ ପତ୍ନୀ ଓ ଝିଅମାନଙ୍କୁ କ୍ଷତିପୁରଣ ର ଏକ ତୃତୀୟାଂଶ ଦିଆଯିବ। ବ୍ୟକ୍ତି ଙ୍କ ଜାଗାରେ କିଏ ଚାକିରି ପାଇବ ତାହା ସ୍ଥିର କରାଯାଇ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।