You are currently viewing ଯୋଗ କରିବା ସମୟରେ  ହାତୀରୁ ଖସିପଡିଲେ ବାବା ରାମଦେବ !

ଯୋଗ କରିବା ସମୟରେ ହାତୀରୁ ଖସିପଡିଲେ ବାବା ରାମଦେବ !

ମଥୁରା, ଯୋଗ ଗୁରୁ ବାବା ରାମଦେବ ଯୋଗ ପ୍ରଦର୍ଶନ କରୁଥିବା ସମୟରେ ହାତୀରୁ ଖସିପଡିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୋମବାର ଦିନ ଏହି ଘଟଣା ଘଟିଥିବା କୁହାଯାଉଛି । ବାବା ରାମଦେବ ମଥୁରାର ଗୁରୁ ଶରଣାନଙ୍କ ଆଶ୍ରମ ରମଣରେତୀରେ ସାଧୁମାନଙ୍କୁ ଯୋଗ ଅଭ୍ୟାସ ଶିଖାଉଥିଲା ବେଳେ ଏହି ଘଟଣାଟି ଘଟିଛି । 22 ସେକେଣ୍ଡର ଭିଡିଓ ମଙ୍ଗଳବାର ଭାଇରାଲ ହୋବାରେ ଲାଗିଛି ।

ଏହି କ୍ଲିପ୍‌ରେ ଯୋଗ ଆସାନ ପ୍ରଦର୍ଶନ କରୁଥିବାବେଳେ ବାବା ରାମଦେବ ହାତୀ ଉପରେ ବସିଥିବାର ଦେଖାଯାଇଛି। ହଠାତ୍‌ ହାତୀଟି ହଲଚଲ ହେବାରୁ ନିୟନ୍ତ୍ରଣ ହରାଇ ରାମଦେବ ତଳକୁ ଖସିପଡ଼ିଥିଲେ। ତେବେ ଏହି ଘଟଣାରେ ରାମଦେବଙ୍କୁ କୌଣସି ଆଘାତ ହୋଇ ନ ଥିବା କୁହାଯାଉଛି।

ଅନ୍ୟମାନଙ୍କୁ ଜଣାନ୍ତୁ।