ELAICHI

ପ୍ରତ୍ୟେକ ଦିନ ସେବନ କରନ୍ତୁ ଏହି ଛୋଟ ଜିନିଷ, ଦୂର ହେବ ଅନେକ ରୋଗ 

ସାଧାରଣତଃ ଓଡ଼ିଆଙ୍କ ରୋଷେଇ ଘରେ ବିଭିନ୍ନ ମସଲା ବ୍ୟବହାର କରାଯାଇଥାଏ।ଏହିସବୁ ମସଲା ମଧ୍ୟରେ କିଛି କିଛି ଏଭଳି ମସଲା ରହିଛି ଯାହା ଖାଦ୍ୟକୁ ସୁସ୍ୱାଦୁ କରିବା ସହ ଶରୀର ପାଇଁ ମଧ୍ୟ ଲାଭକାରୀ ହୋଇଥାଏ। ଯେପରି ଗୁଜୁରାତି ଦେଖିବାକୁ ଛୋଟ ହେଲେ ମଧ୍ୟ ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ସେହିଭଳି ଆୟୁର୍ବେଦ ଅନୁଯାୟୀ ଗୁଜୁରାତି ପାଣି ଏବଂ ଗୁଜୁରାତି ତେଲ ଅନେକ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିରେ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ଶରୀରରୁ ଫ୍ରି ରେଡିକାଲ୍ସ ବାହାର କରିବାରେ ସହାୟକ ହୋଇଥାଏ | କର୍କଟ ରୋଗକୁ ରୋକିବାରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ | ଗୁଜୁରାତିରେ ଭିଟାମିନ୍, ରାଇବୋଫ୍ଲାଭିନ୍, ନିୟାସିନ୍, ଭିଟାମିନ୍ ସି, ମିନେରାଲ୍ସ, ଆଇରନ୍, ମାଙ୍ଗାନିଜ୍, କ୍ୟାଲସିୟମ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରି ପୋଷକ ତତ୍ୱ ରହିଥାଏ| ତେବେ ଆସନ୍ତୁ ଜାଣିବା ଗୁଜୁରାତି ସେବନ କରିବା ଦ୍ୱାରା କଣ ଲାଭ ମିଳିଥାଏ . . .

-ଦେଖିବାକୁ ଛୋଟ ଗୁଜୁରାତି ବ୍ଲଡସୁଗାର ସହ ଡାଇବେଟିଜ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଆପଣ  ସକାଳୁ ଗୁଜୁରାତି ପାଣି ସେବନ କରନ୍ତୁ। 

-ବ୍ଲଡ଼ସୁଗାର ଭଳି ଆପଣ ବ୍ଲଡ଼ପ୍ରେସରକୁ ମଧ୍ୟ ନିୟନ୍ତ୍ରଣ କରିବାରେ ଗୁଜୁରାତି ସେବନ କରିପାରିବେ। ସ୍ୱାସ୍ଥ ବିଶେଷଜ୍ଞଙ୍କ କହିବାନୁଯାୟୀ ବାର ସପ୍ତାହ ଧରି ଏକ ଅଧୟନରେ ଜାଣିବାକୁ ମିଳିଛି ଯେଉଁ ଲୋକମାନେ ପ୍ରତିଦିନ ୩ ଗ୍ରାମ ଗୁଜୁରାତି ପାଉଡର ସେବନ କରିଛନ୍ତି, ସେମାନଙ୍କ ବ୍ଲଡ଼ପ୍ରେସର ସ୍ତର କମ ରହିଛି। ଅନୁସନ୍ଧାନ ଅନୁଯାୟୀ, ଗୁଜୁରାତି ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ସଂଶୋଧନ କରିଥାଏ। ଏଥିସହ ଗୁଜୁରାତିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଯାହା, ମାଂସପେଶୀରେ ଫୁଲାପଣକୁ ରୋକିଥାଏ|

-ଏନସିବିଆଇ ରିପୋର୍ଟ ଅନୁଯାୟୀ, ଅତ୍ୟଧିକ ଭୋକ ଲାଗିବା ସମସ୍ୟା କମ କରିବାରେ ଗୁଜୁରାତି ଲାଭକାରୀ ହୋଇଥାଏ| ଏଥିରେ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ରହିଥାଏ ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ| ଏଥିପାଇଁ ଆପଣ ଗୁଜୁରାତିକୁ ପାଣିରେ ଫୁଟାଇ ସେହି ପାଣିକୁ ସେବନ କରନ୍ତୁ| 

-ଗୁଜୁରାତିରେ ଥିବା ଆଣ୍ଟିଅକ୍ସିଡାଣ୍ଟ କର୍କଟ ରୋଗ ସହ ଲଢ଼ିବାରେ କ୍ଷମତା ରଖିଥାଏ | ରିସର୍ଚ୍ଚ ଅନୁଯାୟୀ, ଏକ ଅଧ୍ୟୟନରେ ଜଣାପଡିଛି ଯେ ଗୁଜୁରାତି ପାଉଡରରେ ଏକ ବିଶେଷ ପ୍ରକାରର ଏନଜାଇମ୍ ଥାଏ, ଯାହା କର୍କଟ କୋଷକୁ ମାରିବାରେ ସକ୍ଷମ ଅଟେ। ଏହା ସ୍ତନ କର୍କଟ ରୋଗ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ|

ଅନ୍ୟମାନଙ୍କୁ ଜଣାନ୍ତୁ।