You are currently viewing ଚାଣକ୍ୟ ବାଣୀ: ପ୍ରକୃତ ବନ୍ଧୁ କିପରି ଚିହିଁବେ…

ଚାଣକ୍ୟ ବାଣୀ: ପ୍ରକୃତ ବନ୍ଧୁ କିପରି ଚିହିଁବେ…

ଚାଣକ୍ୟ ତାଙ୍କ ନିତୀ ଶାସ୍ତ୍ରରେ ଜୀବନର ବିଭିନ୍ନ ସମସ୍ୟା ବିଷୟରେ ବର୍ଣ୍ଣନା କରିଛନ୍ତି । ଯାହାକୁ ଆପଣେଇବା ଦ୍ୱାରା ଜୀବନର ବିଭିନ୍ନ ସମସ୍ୟା ଦୂର ହୋଇଯାଇଥାଏ । ଚାଣକ୍ୟ ତାଙ୍କ ନିତୀ ଶାସ୍ତ୍ର ରେ ବନ୍ଧୁତା ବିଷୟରେ ମଧ୍ୟ କହିଛନ୍ତି । କେଉଁ ବ୍ୟକ୍ତିଙ୍କ ସହ ବନ୍ଧୁତା କରିବା ଉଚିତ ଏବଂ କେଉଁ ବ୍ୟକ୍ତିଙ୍କ ସହ ନୁହେଁ ସେ ବିଷୟରେ ବର୍ଣ୍ଣନା କରିଛନ୍ତି । ଏହା ସହ ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ ଏହା ମଧ୍ୟ କହିଛନ୍ତି ଯେ, କେଉଁ ମିତ୍ର ଧୋକା ଆବଶ୍ୟକତା ବେଳେ ଦିଏ ଏବଂ କିଏ ପ୍ରକୃତ ମିତ୍ର ସେ ବିଷୟରେ ମଧ୍ୟ କହିଛନ୍ତି ।

ଚାଣକ୍ୟଙ୍କ ଅନୁସାରେ ପ୍ରକୃତ ମିତ୍ର ସିଏ ଯିଏ ଏହି ବିପଦ୍ଦଜନକ ପରିସ୍ଥିତି ଗୁଡିକରେ ମଧ୍ୟ ଛାଡିଯାଇନଥାଏ ।

ସଚ୍ଚା ମିତ୍ର ସିଏ ଯିଏ କି ବନ୍ଧୁର ଅଞ୍ଚଳରେ ଦୁର୍ଭିକ୍ଷ ପଡିଥିବା ବେଳେ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସେ । କାରଣ ସେହି ସମୟରେ ସିଏ ବନ୍ଧୁର ଜୀବନ ବଞ୍ଚାଇଥାଏ । ସେହି ସମୟରେ ଜାଣିହୁଏ ଯେ, ପ୍ରକୃତ ବନ୍ଧୁ କିଏ । ଆବଶ୍ୟକତା ବେଳେ ଯିଏ ପାଖରେ ଛିଡା ହୋଇଥାଏ ଏବଂ ଖରାପ ସମୟକୁ ବିତେଇବାରେ ସାହାର୍ଯ୍ୟ କରିଥାଏ, ସିଏ ହେଉଛି ସଚ୍ଚା ମିତ୍ର । ଅସୁବିଧାବେଳେ ଯଦି କୌଣସି ସଚ୍ଚା ମିତ୍ର ପାଖରେ ଥାଏ ତେବେ ସେହି ସମୟ ଜଲଦୀ ଚାଲିଯାଇଥାଏ ।
ଚାଣକ୍ୟଙ୍କ ମତରେ ଶାସନ ଏବଂ ପ୍ରଶାସନର ସମସ୍ୟା ସମୟରେ ଯେଉଁ ବ୍ୟକ୍ତି ସାଙ୍ଗରେ ଥାଏ ସେମାନେ ହେଉଛନ୍ତି ପ୍ରକୃତ ବନ୍ଧୁ । କୌଣସି ଦୁର୍ଘଟଣା ସମୟରେ ଯେଉଁ ବନ୍ଧୁ ପାଖରେ ଥାଏ ସିଏ ହୋଉଛି ପ୍ରକୃତ ବନ୍ଧୁ । ଯିଏ କୌଣସି ସ୍ୱାର୍ଥ ପାଇଁ ବନ୍ଧୁୂତା କରିଥାଏ ସେ ଏହି ସମୟରେ ଛାଡିଚାଲି ଯାଇଥାଏ । ଚାଣକ୍ୟଙ୍କ ମତରେ ଯେଉଁ ବ୍ୟକ୍ତି ଯୁୂଦ୍ଧ ସମୟରେ ସାଙ୍ଗରେ ଥାଏ ସେ ହେଉଛି ପ୍ରକୃତ ବନ୍ଧୁ। ଏହି ମାନେ କୌଣସି ବିପଦ ସମୟରେ ଛାଡିନଥାନ୍ତି । ଶ୍ମଶାନ ଯିବା ସମୟରେ କିମ୍ବା ଅନ୍ତିମ ସମୟରେ ଯେଉଁ ବ୍ୟକ୍ତି ସାଙ୍ଗରେ ରହିଥାଏ ସେ ହେଉଛନ୍ତିି ସଚ୍ଚା ବନ୍ଧୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।