You are currently viewing ପଶୁବି ହୋଇପାରେ ସ୍ନେହୀ

ପଶୁବି ହୋଇପାରେ ସ୍ନେହୀ

ବଞ୍ଚିବାକୁ ହେଲେ ସମସ୍ତଙ୍କୁ ଆହାର ଦରକାର । ଛୋଟ ଛୁଆ ନିଜ ମା’ ଠାରୁ ଗ୍ରହଣ କରିଥାନ୍ତି, ବଡ଼ ଲୋକ ଖାଦ୍ୟ ଅନ୍ୱେଷଣ କରନ୍ତି । ମଣିଷ ଭଳି ପଶୁପକ୍ଷୀମାନେ ମଧ୍ୟ ଛୋଟବେଳେ ନିଜ ମା’ ଉପରେ ନିର୍ଭର କରନ୍ତି, ଆଉ ବଡ଼ ହେଲେ ନିଜ ଆହାର ନିଜେ ସଂଗ୍ରହ କରିଥାନ୍ତି ।


ଏକ ଆଶ୍ଚର୍ଯ୍ୟକର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କିଛି କୁକୁର ଛୁଆ ଖାଦ୍ୟ ପାଇଁ ଏକ ଗାଈ ଉପରେ ନିର୍ଭର କରିଛନ୍ତି । ଗାଈକୁ ନିଜ ମା’ ଭାବି ଦୁଧ ପାନ କରୁଛନ୍ତି । ଆଉ ଗାଈଟିକୁ ଜଣାଅଛି ଯେ, ସେମାନେ ତା’ ଛୁଆ ନୁହଁନ୍ତି । କିନ୍ତୁ ସେ ପ୍ରତିବାଦ ନକରି, ସେମାନଙ୍କୁ ସହଯୋଗ କରୁଛି । ପଶୁ ଜନ୍ତୁ ହେଲେବି ତା’ର ମଧ୍ୟ ବୁଝିବାର ଶକ୍ତି ଓ ସ୍ନେହ ରହିଛି । ମଣିଷ ଶିଖିବ କେବେ?

ଅନ୍ୟମାନଙ୍କୁ ଜଣାନ୍ତୁ।