You are currently viewing ଫେସିଆଲ ପରେ କରନ୍ତୁ ନାହିଁ ଏହି ୫ କାମ

ଫେସିଆଲ ପରେ କରନ୍ତୁ ନାହିଁ ଏହି ୫ କାମ

ଚମକପୂର୍ଣ୍ଣ ଚେହେରା ପାଇବା ପାଇଁ ମହିଳା ମାନେ ଫେସିଆଲର ସାହାରା ନେଇଥାନ୍ତି। କିଛି ଖାସ ଅକେଜନ ହେଲେ ମହିଳାମାନେ ସର୍ବପ୍ରଥମେ ଫେସିଆଲ କରିବା ପାଇଁ ପାର୍ଲରରେ ଆପୋଏଣ୍ଟମେଣ୍ଟ ନେଇଥାନ୍ତି।କଣ ଆପଣ ଜାଣନ୍ତି ଫେସିଆଲ କରିବା ପରେ ଆପଣଙ୍କୁ ବହୁତ ଜିନିଷ ଉପରେ ଧ୍ୟାନ ରଖିବାକୁ ପଡିଥାଏ।ଆପଣ ଜାଣି ନାହାନ୍ତି ଯେ ଆପଣଙ୍କର ଛୋଟ ଭୁଲ ଆପଣଙ୍କ ତ୍ବଚାକୁ ଖରାପ କରିଦେଇଥାଏ। ଆସନ୍ତୁ ଜାଣିବା ଅଜଣାରେ କରାଯାଉଥିବା ଛୋଟ ଛୋଟ ଭୁଲ ବିଷୟରେ।

ଫେସିଆଲ କରିବା ପରେ ତୁରନ୍ତ ମେକଅପ୍ କରିବା ଉଚିତ ନୁହେଁ। ଫେସିଆଲ କରିବା ପରେ ସ୍କିନରେ ଲୋମ ମୂଳ ଖୋଲି ଯାଇଥାଏ। ଏମିତିରେ ଯଦି ଆପଣ ଫେସିଆଲ ପରେ ମେକଅପ୍ କରୁଛନ୍ତି ତେବେ ଏଥିରେ ଥିବା କେମିକାଲ ସ୍କିନକୁ ଚାଲି ଯାଇଥାଏ।

ଏହା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଏଥିପାଇଁ ଫେସିଆଲ କରିବା ପରେ ପ୍ରାୟ ୭୨ ଘଣ୍ଟା ପର‌୍ୟ୍ୟନ୍ତ ମେକଅପ୍ ଠାରୁ ଦୂରେଇ ରୁହନ୍ତୁ। ଫେସିଆଲ କରିବାର ୪ ଘଣ୍ଟା ପର‌୍ୟ୍ୟନ୍ତ ମୁହଁ ଧୋଇବା ଉଚିତ ନୁହେଁ। ଆପଣଙ୍କ ସ୍କିନରେ ଫେସିଆଲରେ ବ୍ୟବହାର କରାଯାଇଥିବା ପ୍ରୋଡକଟ୍ସକୁ ଭଲ ଭାବେ ଶୁଖିବାକୁ ଦିଅନ୍ତୁ। ଯଦି ତ୍ବଚା ରୁକ୍ଷ ଲାଗେ, ତେବେ ଷ୍ଟିମ ନିଅନ୍ତୁ ଏବଂ ତ୍ବଚା ତେଲିଆ ଲାଗିଲେ ଚେହେରାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଯଦି ଆପଣଙ୍କୁ ଫେସିଆଲ ଏବଂ ଥ୍ରେଡିଙ୍ଗ୍ ଦୁଇଟି କରିବାର ଅଛି ତେବେ କେବେ ମଧ୍ୟ ଫେସିଆଲ ପ୍ରଥମେ କରିବାର ଭୁଲ କରନ୍ତୁ ନାହିଁ। କେବେବି ଫେସିଆଲ କରିବା ପରେ ଅପର ଲିପ୍ସ କରନ୍ତୁ ନାହିଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁଯେ ଫେସିଆଲ ପରେ ତ୍ବଚାର ଉପରି ଭାଗ ବହୁତ ମୁଲାୟମ ଏବଂ ସମ୍ବେଦନଶୀଳ ହୋଇଯାଇଥାଏ। ୱାକ୍ସ କରିବା ପରେ ଏହା ଉପରେ ଖରାପ ପ୍ରଭାବ ପଡିପାରେ।

ଅନ୍ୟମାନଙ୍କୁ ଜଣାନ୍ତୁ।