You are currently viewing ଦୀପାବଳୀର ବିଶେଷତ୍ୱ କ’ଣ, ଏହା କେବେ ଓ କାହିଁକି ପାଳନ କରାଯାଏ ଜାଣିରଖନ୍ତୁ…?

ଦୀପାବଳୀର ବିଶେଷତ୍ୱ କ’ଣ, ଏହା କେବେ ଓ କାହିଁକି ପାଳନ କରାଯାଏ ଜାଣିରଖନ୍ତୁ…?

ପଞ୍ଚମହୋତ୍ସବ କ’ଣ ଓ ଏହା କେବେ ପାଳିତ ହୋଇଥାଏ, ଏକଥା ବୋଧହୁଏ ସମସ୍ତେ ଜାଣିନଥିଲେ । କିନ୍ତୁ ଏହା ସମସ୍ତଙ୍କୁ ଜଣା । ପଞ୍ଚମହୋତ୍ସବ ଅର୍ଥାତ୍ ପାଞ୍ଚୋଟି ଉତ୍ସବକୁ ନେଇ ଏହା ଗଠିତ । ସେଗୁଡ଼ିକ ହେଉଛି ଦୀପାବଳୀ, ଧନତେରାସ, ନରକ ଚତୁର୍ଦଶି, ଗୋବର୍ଦ୍ଧନ ପୂଜା, ଭାଇ ଦୁଜ ।ଏହି ପାଞ୍ଚୋଟି ପର୍ବର ମିଳନରେ ପାଳିତ ହୁଏ ପଞ୍ଚ ମହୋତ୍ସବ ।


ତେବେ ହିନ୍ଦୁ ପରମ୍ପରା ଅନୁସାରେ ଦୀପାବଳୀ ହେଉଛି ସ୍ୱତନ୍ତ୍ର ଓ ଭିନ୍ନ ପର୍ବ । ଏହି ପର୍ବର ସଂଯୋଗ ତ୍ରେତୟା ଯୁଗ ସହ ରହିଛି । ଅର୍ଥାତ୍ ଭଗବାନ ଶ୍ରୀରାମ ଯେତେବେଳ ୧୪ବର୍ଷ ବନବାସ ସାରି ଏବଂ ଲଙ୍କାର ରାଜା ରାବଣକୁ ବଧ କରି ଅଯୋଧ୍ୟା ଫେରିବାକୁ ପ୍ରସ୍ତୁତ ହୁଏନ୍ତେ, ସେହି ସମୟରେ ଦୀପ ଧୂପ ଜାଳି ଭଗବାନଙ୍କୁ ସ୍ୱାଗତ କରିଥିଲେ । ଏହିଦିନକୁ ଦୀପାବଳୀ ବୋଲି ପାଳନ କରନ୍ତି ହିନ୍ଦୁଧର୍ମାବଲମ୍ବୀ ମାନେ ।


ଚଳିତ ବର୍ଷ କେବେ ପାଳିବେ ଦୀପାବଳୀ:-
ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ପ୍ରତିବର୍ଷ କୃଷ୍ଣପକ୍ଷ କାର୍ତ୍ତକ ମାସରେ ଦୀପାବଳୀ ପର୍ବ ପାଳିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଏଥିରେ ପରିବର୍ତ୍ତନ ଦେଖା ଦେଇଛି । ଏହାର କାରଣ ହେଉଛି ମଳମାସ । ତେବେ ଏବର୍ଷ ଅମାବାସ୍ୟା ଦୁଇ ଦିନ ହେବ । ତେଣୁ ଦୀପାବଳୀ ପର୍ବ ପାଳନକୁ ନେଇ ଲୋକମାନଙ୍କ ମନରେ ସୃଷ୍ଟି ହୋଇପାରେ ଦ୍ୱନ୍ଦ ।
ଚଳିତ ବର୍ଷ ନଭେମ୍ବର ମାସ ୧୪ ଓ ୧୫ ତାରିଖ ଦୁଇ ଦିନ ଦୀପାବଳୀ ପାଳିବ ଦେଶ । ୧୪ ନଭେମ୍ବର ଦ୍ୱିପ୍ରହର ୨ଘଣ୍ଟା ୧୮ମିନିଟରୁ ୧୫ ନଭେମ୍ବର ସକାଳ ୧୦ଘଣ୍ଟା ୩୭ମିନିଟ ପର୍ଯ୍ୟନ୍ତ ଅମାବାସ୍ୟା ରହିବ । ବ୍ରହ୍ମ ପୂରାଣ ହିସାବରେ, କାର୍ତ୍ତକ ମାସ ଅମାବାସ୍ୟାର ମଧ୍ୟ ରାତ୍ରୀରେ ଧରାପୃଷ୍ଠକୁ ମା’ ଲକ୍ଷ୍ମୀ ଆସି, ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ଆଶିର୍ବାଦ ଦେଇଥାନ୍ତି । ସେହିଦିନ ହିଁ ପାଳନ କରାଯାଏ ଦୀପାବଳୀ । ତେଣୁ ଚଳିତ ବର୍ଷ ନଭେମ୍ବର ୧୪ ତାରିଖରେ ପାଳନ କରାଯିବ ଦୀପାବଳୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।