You are currently viewing ଡ୍ରଗ୍ସକୁ ନେଇ ଏବେ ଚର୍ଚ୍ଚାରେ ବଲିଉଡ୍: ଏହା କ’ଣ ଏହାକୁ କାହିଁକି ବିରୋଧ କରାଯାଏ ଜାଣନ୍ତୁ…

ଡ୍ରଗ୍ସକୁ ନେଇ ଏବେ ଚର୍ଚ୍ଚାରେ ବଲିଉଡ୍: ଏହା କ’ଣ ଏହାକୁ କାହିଁକି ବିରୋଧ କରାଯାଏ ଜାଣନ୍ତୁ…

ଅଭିନେତା ସୁଶାନ୍ତ ସିଂ ରାଜ୍‌ପୁତଙ୍କ ରହସ୍ୟମୟୀ ମୃତ୍ୟୁରୁ ଆରମ୍ଭ ହୋଇଥିବା ମାମଲା ଏବେ ବଲିଉଡ୍‌ରେ ଡ୍ରଗ୍ସ କାରବାର ଉପରକୁ ଆସିଲାଣି । ଏନ୍‌ସିବି ଦ୍ୱାରା ବହୁ ପରିଚିତ ଫିଲ୍ମ କଳାକାର ମାନଙ୍କୁ ନୋଟିସ୍ ପଠାଯାଇଛି ।
ଆପଣ ଜାଣିଛନ୍ତି କି ଏ ଗଞ୍ଜେଇ ହୋଇଥାଏ କ’ଣ ?
ଏହି ନିଶା ଗଛରୁ ମିଳିଥାଏ । ଯାହାର ପତ୍ରକୁ ବାଟି ଭାଙ୍ଗ ତିଆରି କରାଯାଏ । ଏହାର ପତ୍ର ଫୁଲ ଇତ୍ୟାଦିକୁ ଶୁଖେଇ ଗଞ୍ଜେଇ ତିଆରି କରାଯାଏ । ପରେ ଏହି ଗଞ୍ଜେଇ ତମ୍ବାଖୁ ଏବଂ ସିଗ୍ରେଟ୍ ଭଳି ତିଆରି କରି ଏହାର ଧୁଆଁକୁ ନିଶା ଭାବରେ ବ୍ୟବହାର କରାଯାଏ । ୨୦୧୬ ର ୱାଲ୍ଡ ଡଗ୍ ରିପୋର୍ଟର ମୁତାବିକ ପୂରା ଦୁନିଆରେ ୫୪ ପ୍ରତିଶତ ଲୋକ ଗଞ୍ଜେଇ ସେବନ କରିଥାନ୍ତି । ଏମ୍‌ଫେଟାମାଇଲ୍ ୧୭ ପ୍ରତିଶତ, କୋକେନ୍ ୧୨ ପ୍ରତିଶତ, ହିରୋଇନ୍ ୧୨ ପ୍ରତିଶତ ବ୍ୟବହାର ହୋଇଥାଏ ।୍ର ଯଦି ଆମେ ଭାରତ ବିଷୟରେ କହିବା ତେବେ ୩ କୋଟି ଲୋକ ୨୦୧୮ ମସିହାରେ କ୍ୟାନ୍‌ବିଜ୍ ର ବ୍ୟବହାର କରିଛନ୍ତି । ୨୦୧୮ ମସିହାରେ ସିଡୋର ଏକ ଅଧ୍ୟୟନରୁ ଜଣାପଡିଛି ଯେ, କେବଳ ରାଜଧାନୀ ଦିଲ୍ଳୀରେ ୩୮ ମେଟ୍ରିକ୍ ଟନ୍ କ୍ୟାନବିଜ୍ ର ବ୍ୟବହାର ହୋଇଛି । ଏକ ରିପୋର୍ଟ ମୂତାବିକ ଯଦି ଏଥିରେ ଟାକ୍ସ ଲଗେଇ ଦିଆଯାଏ ତେବେ ସରକାରଙ୍କୁ ୭୫୦ କୋଟି ଟଙ୍କାର ଲାଭ ହୋଇପାରେ ।


କିଛି ଲୋକ କହିବେ ଯେ ଭାଙ୍ଗକୁ ଖୋଲାରେ ବିକ୍ରି କରାଯାଉଛି ଏବଂ ଗଞ୍ଜେଇ ପାଇଁ ଏତେ ନିୟମ କାହିଁକି ?
ଭାଙ୍ଗକୁ ନେଇ ଆମ ଦେଶ ରେ କିଛି ଧାର୍ମିକ ଚିନ୍ତାଧାରା ରହିଛି କାହିଁକି ନା ଭାଙ୍ଗକୁ ଭଗବାନ ଶିବଙ୍କୁ ଅର୍ପଣ କରାଯାଏ ଏଥିପାଇଁ ଭାଙ୍ଗକୁ କିଛି ଲୋକ ଭୋଲେନାଥଙ୍କ ପ୍ରସାଦ ବୋଲି କୁହନ୍ତି । ଏହାକୁ ଭାଙ୍ଗ ପଣା କରି ପିଆଯାଏ । ହୋଲିରେ ଶିବରାତ୍ରିରେ ଏହାର ବ୍ୟବହାର ମଧ୍ୟ କରାଯାଏ । କିନ୍ତୁ ଏହା ଜୀବନ ପ୍ରତି ହାନିକାରକ ହୋଇଥାଏ । ଦେଶରେ ଗଞ୍ଜେଇର ବ୍ୟବହାରରେ କୌଣସି ବ୍ୟକ୍ତିକୁ ୧୦ ହଜାର ଟଙ୍କା ଜୋରିମାନା କିମ୍ବା ୧ ବର୍ଷ ପାଇଁ ଜେଲ ହୋଇପାରେ । ଏହାକୁ ଛାଡି ଦେଶରେ କିଛି ରାଜ୍ୟ ମଧ୍ୟ ଅଛନ୍ତି ଯେଉଁଠି ଭାଙ୍ଗକୁ ମଧ୍ୟ ବ୍ୟାନ କରାଯାଇଛି । ଉଦାହରଣ ସ୍ୱରୂପ ଆସାମ୍ ଏବଂ ମହାରାଷ୍ଟ୍ର । ଭାରତ ୧୯୮୫ରେ ନାର୍‌କୋଟିକ୍ସ ଏବଂ ସାଇକୋଟ୍ରୋପିକ୍ ସବ୍‌ଟାନ୍ସ ଆକ୍ଟରେ ଗଞ୍ଜେଇ ଗଛର ଫଳ ଏବଂ ଫୁଲର ବ୍ୟବହାରକୁ ଅପରାଧ ଭାବେ ଘୋଷଣା କରିଥିଲେ ।

Variety of addictive substances, including alcohol, cigarettes and drugs

କିନ୍ତୁ ଏହାର ପତ୍‌୍ର ଇପରେ ବ୍ୟାନ ଲଗାଯାଇନଥିଲା । ୧୯୬୧ରେ ନାର୍‌କୋଟିକ୍ସ ଡ୍ରଗ୍ସ ଉପରେ ହୋଇଥିବା ସମ୍ମିଳନୀରେ ଭାରତ ଏହାକୁ ହାର୍ଡ ଡ୍ରଗ୍ସ ଶ୍ରେଣୀରେ ରଖିବାକୁ ବିରୋଧ କରିଥିଲା । ପରେ ରାଜୀବ୍ ଗାନ୍ଧି ସରକାର ଆମେରିକାର ପ୍ରଭାବରେ ଆସି ଏହା ଉପରେ ବ୍ୟାନ ଲଗେଇଥିଲେ । ଭାଙ୍ଗ କେବଳ ଏକ ନିଶା ନୁହେଁ ଏହାର ବ୍ୟବହାର ଡାକ୍ତରୀ ଚିକିତ୍ସାରେ ମଧ୍ୟ ହୋଇଥାଏ । ଯେପରି ଡାଇବେଟିସ୍‌, ଜଣ୍ଡିସ୍‌, ଡାଇରିଆରେ ଏବଂ କ୍ୟାନସର ର ଚିକିତ୍ସାରେ ମଧ୍ୟ କିଛି ସ୍ଥାନରେ ବ୍ୟବହୃତ ହୋଇଛି । ଏଥିପାଇଁ ଭାଙ୍ଗରେ ସେତେ କଠୋରତା କରାଯାଇନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।