କେମିତି କରିବେ ନବରାତ୍ରୀ ପୂଜା ଜାଣି ରଖନ୍ତୁ…

ନବରାତ୍ରିର ପବିତ୍ର ଉତ୍ସବରେ ମା’ଙ୍କର ନଅ ରୂପର ହୁଏ ପୂଜା। ପୂଜା ସମୟରେ ଯଦି ବାସ୍ତୁଶାସ୍ତ୍ର ଉପରେ ଧ୍ୟାନ ଦିଆଯାଏ,ତେବେ ମନୋବାଞ୍ଛିତ ଫଳ ନିଶ୍ଚୟ ପ୍ରାପ୍ତି ହୁଏ । ଏହାଦ୍ବାରା ଘରକୁ ସୁଖ, ଶାନ୍ତି ଓ ସମୃଦ୍ଧି ଆସିବ ବୋଲି ବିଶ୍ୱାସ ରହିଛି। ପ୍ରଥମତଃ ମା’ଙ୍କୁ ଘରକୁ ସ୍ବାଗତ କରିବା ପୂର୍ବରୁ ଘରକୁ ଭଲଭାବେ ସଫା କରନ୍ତୁ। ଘରେଥିବା ଅଦରକାରୀ ତଥା ଅଳିଆ ଜିନିଷକୁ ବାହାର କରନ୍ତୁ। ପୁରୁଣା ଛିଣ୍ଡା ଜୋତା ଚପଲ ଥିଲେ ତାକୁ ଘରୁ ବାହାର କରିଦିଅନ୍ତୁ। ଧୂପଦୀପରେ ଘରର ବାତାବରଣକୁ ସୁନ୍ଦର କରନ୍ତୁ। ପୂଜାସ୍ଥାନକୁ ସଫା ରଖିବା ଉଚିତ୍ । ମା’ଙ୍କ ମୂର୍ତ୍ତି ଉତ୍ତର ପୂର୍ବ ଦିଗରେ ରଖନ୍ତୁ, ଯେମିତିକି ତାଙ୍କ ମୁହଁ ଦକ୍ଷିଣମୁଖୀ ହେବ। ଅଖଣ୍ଡ ଦୀପକୁ ଦକ୍ଷିଣ ପୂର୍ବ ଦିଗରେ ଜଳାନ୍ତୁ। ପୂଜା ପୂର୍ବରୁ ହଳଦୀ କୁମକୁମରେ ସ୍ବତିକ ଚିହ୍ନ କରନ୍ତୁ। ପୂଜାସ୍ଥଳରେ ଧଳା, ଈଷତ୍‌ ହଳଦିଆ, ସବୁଜ ପରି ରଙ୍ଗର ପେଣ୍ଟ ହୋଇଥିଲେ ଭଲ। ମା’ଙ୍କ ପୂଜା ପାଇଁ ଲାଲ ରଙ୍ଗର ଫୁଲ ବ୍ୟବହାର କରନ୍ତୁ ।

Leave A Reply

Your email address will not be published.