You are currently viewing ଏହିସବୁ ଉପାୟ ମାନିଲେ ପିଆଜ କାଟିବା ସମୟରେ କାନ୍ଦିବେନି ଗୃହିଣୀ

ଏହିସବୁ ଉପାୟ ମାନିଲେ ପିଆଜ କାଟିବା ସମୟରେ କାନ୍ଦିବେନି ଗୃହିଣୀ

ହାଣ୍ଡିଶାଳେ ପିଆଜର ଭୂମିକା ସ୍ୱତନ୍ତ୍ର । ବିନା ପିଆଜରେ ତରକାରୀ ଯେମିତି ସ୍ୱାଦହୀନ ପରି ଲାଗେ । ଆମିଷ ଭୋଜନରେ ନିହାତି ଦରକାର ଥାଏ ପିଆଜର ଉପସ୍ଥିତି । କିନ୍ତୁ ପିଆଜ କାଟିବା ସତରେ ବହୁତ କଷ୍ଟକର ବ୍ୟାପାର । ପିଆଜ କାଟିଲା ବେଳେ ଆଖିରୁ ଲୁହ ବୋହିଥାଏ । ତା’ଛଡ଼ା ହାଣ୍ଡିଶାଳଠାରୁ ଦୂରରେ ଥିବା ବ୍ୟକ୍ତି ମଧ୍ୟ ସେଥିରୁ ବାଦ ପଡେ଼ନାହିଁ ।


ତେବେ ଏହି ସବୁଥିରୁ ମୁକ୍ତି ପାଇଁ କିଛି ଉପାୟ ଅବଲମ୍ବନ କରିବାକୁ ପଡ଼ିବ । ଯାହାଦ୍ୱାରା ବିନା କାନ୍ଦରେ ପିଆଜ କାଟିପାରିବେ ସବୁ ଗୃହିଣୀ । ପ୍ରଥମେ ପିଆଜକୁ ଚୋପା ଛଡ଼ାଇ କିଛି ମୁହୂର୍ତ୍ତ ଫ୍ରିଜରେ ରଖିଦେବା । ପରେ ଆଣି କାଟିଲେ ଆଉ ଲୁହ ବାହାରିବ ନାହିଁ । ଘରେ ଯଦି ଭିନେଗାର ଅଛି ତେବେ ସେଥିରେ କିଛି ସମୟ ପିଆଜ ଭିଜେଇ କାଟିଲେ ମଧ୍ୟ ଆଖିରୁ ଲୁହ ବାହାରି ନଥାଏ ।

ଯଦି ଘରେ ଭିନେଗାର କିମ୍ବା ଫ୍ରିଜର ନାହିଁ, ତେବେ ସେହି କ୍ଷେତ୍ରରେ ସାଧା ପାଣିରେ ପିଆଜକୁ ଚୋପା ଛଡ଼ାଇ କିଛି ମୁହୂର୍ତ୍ତ ଛାଡ଼ି ଦିଅନ୍ତୁ । ପରେ ତାକୁ ଆଣି ସାବଧାନତା ସହ କାଟନ୍ତୁ । ଦେଖିବେ ଆଖିରୁ ବିଲକୁଲ ବି ଲୁହ ବାହାରିବ ନାହିଁ, କି ଆପଣଙ୍କ ପରିବାର ଲୋକ ମଧ୍ୟ ପ୍ରଭାବିତ ହେବେନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।