You are currently viewing ଯଦି ମନରେ ଆସୁଛି ଏହି ସନ୍ଦେହ ତେବେ ଜିତୁଥିବା ବାଜି ମଧ୍ୟ ହାରିପାରନ୍ତି…

ଯଦି ମନରେ ଆସୁଛି ଏହି ସନ୍ଦେହ ତେବେ ଜିତୁଥିବା ବାଜି ମଧ୍ୟ ହାରିପାରନ୍ତି…

ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତି ଓ ବିଚାର କଠୋର ହୋଇଥାଏ । କିନ୍ତୁ ଏହି କଠୋରତା ହିଁ ସତ୍ୟ । ଗତିଶୀଳ ଜୀବନରେ ଆପଣ ଏହି ଚିନ୍ତାଧାରାକୁ ଅଣଦେଖା କରିପାରିବେ କିନ୍ତୁ ଜୀବନର ସବୁ ମୋଡରେ ଏହି ଚିନ୍ତାଧାରା ଆମକୁ ସାହାର୍ଯ୍ୟ କରିବ । ଚାଣକ୍ୟ ଆତ୍ମବିଶ୍ୱାସ ଉପରେ କହିଛନ୍ତି ଯେ ‘ ଖେଳ ମୈଦାନ ଉପରେ ହାରିଥିବା ବ୍ୟକ୍ତି ପୁଣିଥରେ ଜିତିପାରେ କିନ୍ତୁ ହୃଦୟରୁ ହାରିଥିବା ବ୍ୟକ୍ତି କେବେ ବି ଜିତି ପାରିବ ନାହିଁ ।’
ଏହାର ଅର୍ଥ ହେଉଛି ଯେ, ଖେଳ ପଡିଆରେ ହାରିଥିବା ବ୍ୟକ୍ତି ପୁଣିଥରେ ଖେଳରେ ଭାଗ ନେଇ ଜିତିପାରେ । କାରଣ ସେ ମନରୁ ନୁହେଁ କେବଳ ଖେଳ ପଡିଆରେ ହାରୁଛି କିନ୍ତୁ ଯଦି ଜଣେ ବ୍ୟକ୍ତି ମନରୁ ହିଁ ହାରିବା ସ୍ୱୀକାର କରିନିଏ, ତେବେ ସେ କେବେ ବି ଜିତିପାରିବ ନାହିଁ । ତେଣୁ ସବୁବେଳେ ନିଜର ଆତ୍ମବିଶ୍ୱାସ ହେଉଛି ନିଜର ପୁଞ୍ଜି । କୌଣସି କାର୍ଯ୍ୟ କରିବା ପୂର୍ବରୁ ସେଥିରେ ଆତ୍ମବିଶ୍ୱାସ ରହିବା ନିହାତି ଦରକାର । ଯଦି ଜଣେ ନିଜକୁ ବିଶ୍ୱାସ କରେ ନାହିଁ, ତେବେ ଜୀବନରେ ଏପରି କିଛି ଜିନିଷ ନାହିଁ ଯାହା ତାକୁ ଜିତାଇ ପାରିବ । ସେଥିପାଇଁ ପ୍ରଥମେ ନିଜ ଉପରେ ଆତ୍ମବିଶ୍ୱାସ ରଖିବା ନିହାତି ଜରୁରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।