You are currently viewing ଜାଣନ୍ତୁ କଲରାର ଉପକାରିତା

ଜାଣନ୍ତୁ କଲରାର ଉପକାରିତା

କଲରା ଖାଇବାକୁ ସାଧାରଣତଃ ସମସ୍ତେ ପସନ୍ଦ କରନ୍ତି ନାହିଁ । କିନ୍ତୁ କଲରା ଆମ ସ୍ୱାସ୍ଥ୍ୟ ସହ ତ୍ୱଚା ପାଇଁ ମଧ୍ୟ ବହୁ ଉପକାରୀ । କଲରା ନାଁ ଶୁଣିଲେ ଅଧିକାଂଶ ଲୋକେ ନାକ ଟେକିଥାନ୍ତି । ଏହାର କଡା ଟେଷ୍ଟ ପାଇଁ କମ ଲୋକେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି । ଅଧିକାଂଶ ଲୋକେ ଏହାର ସ୍ୱାଦ ଅପେକ୍ଷା ଏହାର ଔଷଧୀୟ ଗୁଣ ପାଇଁ ଖାଇଥାନ୍ତି । କଲରା ସ୍ୱାସ୍ଥ୍ୟ ପାଇଁ ବହୁତ କିଛି ଫାଇଦା ଦେଇଥାଏ । ହେଲେ ଆପଣ ଜାଣନ୍ତି କି କଲରା କେଶ ସହ ତ୍ୱଚ୍ଚା ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ । କଲରା ଆଉ କ’ଣ ପାଇଁ ଲାଭକାରୀ ହୋଇଥାଏ ଆସନ୍ତୁ ଜାଣିବା ।

କଲରାରେ ଭିଟାମିନ ସି ଥିବାରୁ ଏହା ଫ୍ରି ରାଡିକଲସ ସହ ଲଢ଼ିବାକୁ କ୍ଷମତା ରଖିଥାଏ । ଫ୍ରି ରାଡିକଲସ ଆପଣଙ୍କ ବୟସ ବଢ଼ାଇବାରେ କାମ କରିଥାଏ । କଲରା କେଶରେ ହେଉଥିବା ରୁପି ଓ ଫାଇନ ଲାଇନ୍ସ ସହ ଲଢ଼ିଥାଏ । ଏହା ଚର୍ମକୁ ସୂର୍ଯ୍ୟଙ୍କର ହାନିକାରକ ଅଲଟ୍ରା ଭାୟୋଲେଟ୍‌ କରିଣରୁ ବଂଚାଇଥାଏ ।

ଯଦି ଆପଣ ରୁପି ଯୋଗୁ ଅସୁବିଧା ଭୋଗୁଛନ୍ତି, ତେବେ ଆପଣ କଲରା ଜୁଶକୁ ଆପଣଙ୍କ କେଶ ମୂଳେ ଲଗାନ୍ତୁ । ଏହାଦ୍ୱାରା ଖୁବ୍‌ ଶୀଘ୍ର ଆପଣଙ୍କ ରୁପି ଭଲ ହୋଇଯିବ । କଲରା ଆପଣଙ୍କ କେଶକୁ ନରମ ଓ ଚମକଦାର ବନାଇଥାଏ । ଏଥିପାଇଁ ବାଳ ଉପରେ କଲରା ଜୁଶକୁ ମାଲିସ କରନ୍ତୁ । ଅଧା ଘଣ୍ଟା ପରେ ଏହାକୁ ଧୋଇ ଦିଅନ୍ତୁ । ଆପଣଙ୍କ ବାଳକୁ ଚମକାଇ ଦେବ । ପ୍ରତିଦିନ କଲରା ଖାଇବା ଦ୍ୱାରା କେତେ ପ୍ରକାର ଚର୍ମ ସଂକ୍ରମଣରୁ ରକ୍ଷା ମିଳିଥାଏ । ଏହା ଏକ୍‌ଜିମା ଓ ସୋରିଆସିସ ଭଳି ଚର୍ମ ସଂକ୍ରମଣରୁ ରକ୍ଷା କରିଥାଏ । ଯଦି ଆପଣ ଖାଦ୍ୟରେ କଲରାକୁ ସାମିଲ କରନ୍ତି, ତେବେ ଏହା ଆପଣଙ୍କ କେଶ ଝଡିବାକୁ ମଧ୍ୟ ରୋକିଥାଏ । ଏଥିପାଇଁ କଲରା ପେଷ୍ଟକୁ ବାଳ ମୂଳରେ ଲଗାନ୍ତୁ ଓ ପୁଣି କିଛି ସମୟ ପରେ ଧୋଇ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ କେଶ ମୂଳ ସଫା ହେବା ସହ ବ୍ଲଡ ସର୍କୁଲେସନ ମଧ୍ୟ ବଢ଼ିବ । ଏହାଦ୍ୱାରା କେଶ ଝଡିବା ବନ୍ଦ ହେବା ସହ କେଶର ଗ୍ରୋଥ ମଧ୍ୟ ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।