You are currently viewing ଲକ୍‌ଡାଉନ୍ ସମୟରେ ସହଜ ଉପାୟରେ ଚକୋଲେଟ କେକ୍ କରନ୍ତୁ ଓ ପରିବାର ସହ ମଜା ନିଅନ୍ତୁ

ଲକ୍‌ଡାଉନ୍ ସମୟରେ ସହଜ ଉପାୟରେ ଚକୋଲେଟ କେକ୍ କରନ୍ତୁ ଓ ପରିବାର ସହ ମଜା ନିଅନ୍ତୁ

ଅତୀତରେ ଆମ ଭାରତ ହେଉ ବା ଓଡ଼ିଶା ସଂସ୍କୃତିରେ ଜନ୍ମଦିନ, ବିବାହ ବାର୍ଷିକ, ରିଙ୍ଗ୍ ସେରିମୋନି, ସବୁଥିରେ ଠାକୁରଙ୍କୁ ପୂଜା କରିବା ସହିତ ପିଠାପଣା ସାଙ୍ଗକୁ ସୁସ୍ୱାଦୁ ମିଠା, କ୍ଷୀରି ପ୍ରସ୍ତୁତ କରି ଘରକୁ ଡକାଯାଇଥିବା ବନ୍ଧୁଙ୍କୁ ଖାଇବା ପାଇଁ ଦିଆଯାଇଥାଏ । କିନ୍ତୁ ବର୍ତ୍ତମାନ ସଂପୂର୍ଣ୍ଣ ଓଲଟା, ଏବେ ଠାକୁର ପୂଜା ନିୟମ ବଳବତର ରହିଛି ,କିନ୍ତୁ ଖାଦ୍ୟ ତିଆରିରେ ପରିବର୍ତ୍ତନ ଦେଖାଦେଇଛି । ବର୍ତ୍ତମାନ କରୋନା ମହାମାରିରେ ଲକ୍‌ଡାଉନ୍ ପାଇଁ କେକ୍ ଦୋକାନ ସବୁ ବନ୍ଦ ଥିବାବେଳେ କେମିତି ସୁନ୍ଦର ଆଉ ସ୍ୱାଦଭରା କେକ୍ ପ୍ରସ୍ତୁତ କରି ଆମ ସ୍ପେସିଆଲଡେ ମାନଙ୍କରେ ଉପଭୋଗ କରିପାରିବା , ସେଥି ପାଇଁ ଘରେ ପ୍ରସ୍ତୁତ କରିବା ଚକୋଲେଟ୍ କେକ୍ ।

ଚକୋଲେଟ୍ କେକ୍ ପାଇଁ ଆବଶ୍ୟକ ସାମଗ୍ରୀ :- ୧.ଚକୋଲେଟ୍ ଫ୍ଲେବର ବିସ୍କେଟ୍ ସାଙ୍ଗରେ ଆଉ ଅଲଗା କିଛି ବିସ୍କେଟ୍ , ବିସ୍କେଟ୍‌ର ଗୁଣ୍ଡ ଅନୁଯାଇ କ୍ରୀମ୍ ଭଳି ହେବା ପାଇଁ କ୍ଷୀର, ଗୋଟେ ଚାମଚ୍ ବେଙ୍କିଙ୍ଗ୍ ସୋଡ଼ା , ୩ଚାମଚ୍ ଘିଅ, ଆବଶ୍ୟକ ଅନୁସାରେ ବଟର ପେପର, କିଛି ଚକୋଲେଟ୍ ଖଣ୍ଡ ।

ଚକୋଲେଟ୍ କେକ୍‌ର ପ୍ରସ୍ତୁତି ପ୍ରଣାଳୀ :-ପ୍ରଥମେ ସବୁ ବିସ୍କେଟ୍‌, କ୍ଷୀର, ବେଙ୍କିଙ୍ଗ୍ ସୋଡ଼ା କୁ ମିକ୍‌ଶ୍ଚର ଗ୍ରାଇଣ୍ଡରେ ଗୋଟେ କ୍ରିମ୍ ଭଳି ଗ୍ରାଇଣ୍ଡିଙ୍ଗ୍ କରିବେ,ତାପରେ କିଛି ଚକୋଲେଟ୍ ଖଣ୍ଡକୁ ମଧ୍ୟ କ୍ରିମ୍ ଭଳି ଗ୍ରାଇଣ୍ଡ କରିବେ । ଗୋଟେ ପ୍ରେସରକୁକର୍ ଭିତରେ ଘିଅକୁ ଗୋଟେ ବ୍ରସ୍ ସାହାଯ୍ୟରେ ଚାରିପାଖ ଲଗେଇ ପ୍ରେସରକୁକୁର୍‌ର ଆକାର ଅନୁସାରେ ବଟର ପେପର ଟିକୁ କାଟି ପ୍ରେସରକୁକୁର୍ ଭିତରେ ରଖି ପୁଣି ସେହି ପେପର ଉପରେ ଘିଅକୁ ବ୍ରସ ସାହାଯ୍ୟରେ ଲଗେଇ ଆଗରୁ ପ୍ରସ୍ତୁତ ହୋଇଥିବା ବିସ୍କେଟ୍ କ୍ରିମ୍‌କୁ ପ୍ରେସରକୁକୁର୍‌ରେ ଢାଳି ପ୍ରେସରକୁକୁର୍‌ର ଢାଙ୍କୁଣୀରେ ସିଟି ନଥିବା ଢାଙ୍କୁଣୀକୁ ଭଲଭାବେ ଢାଙ୍କି ଦେବା ।

ତାପରେ ଗ୍ୟାସକୁ ଚାଲୁକରି ଗୋଟେ ତାୱା ରଖି ସେହି ତାୱା ଉପରେ ପ୍ରେସରକୁକର୍ ଟିକୁ ରଖି ଗ୍ୟାସକୁ ମିଡିୟମ୍ ସିମ୍ କରି ୩୫ରୁ୪୦ ମିନିଟ୍ ସିଝିବା ପାଇଁ ଛାଡ଼ିଦେବା । କେକ୍ ସଂପୂର୍ଣ୍ଣ ସିଝି ଗଲାପରେ ଗ୍ୟାସ୍‌ରୁ ତଳକୁ ଓହ୍ଲାଇ ଗୋଟେ କାଠି ସାହାଯ୍ୟରେ ଦେଖି ଗୋଟେ ସଫା ପ୍ଲେଟ୍ କୁ ବାହାର କରି କ୍ରିମ୍ ଚକୋଲେଟ୍‌କୁ ସଜେଇ ଦେବା ଓ ଗୋଟେ ଚକୋଲେଟ୍ ବଡ଼ ଖଣ୍ଡକୁ କଟର୍ ସାହାଯ୍ୟରେ କାଟି ଛୋଟ ଛୋଟ ଖଣ୍ଡରେ ରେ ସଜେଇଦେବେ । ଏଥର ପ୍ରସ୍ତୁତ ହୋଇଗଲା ଚକୋଲେଟ୍ କେକ୍ ।

ଅନ୍ୟମାନଙ୍କୁ ଜଣାନ୍ତୁ।