ନାଲି କୋଶଳା ଭଲ କରିବ ଅନେକ ରୋଗ

ଶାଗ ଖାଇବାକୁ ସମସ୍ତେ କହିଥାଆନ୍ତି । ଶାଗରେ ଅନେକ ପ୍ରକାରର ଭିଟାମିନ ଭରି ରହିଛି । ଶାଗ ଖାଇବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ । ଶାଗ ଦୃଷ୍ଟି ଶକ୍ତିକୁ ମଧ୍ୟ ବଢାଇବାରେ ସାହାର୍ଯ୍ୟ କରେ । ବିଶେଷ କରି କୋଶଳା ଶାଗ ଖାଇଲେ ଆମ ଶରୀରକୁ ଅନେକ ପ୍ରକାର ଲାଭ ମିଳିଥାଏ । ଏହାର ଔଷଧୀୟ ଗୁଣ ଆମ ଶରୀର ପାଇଁ ବିଶେଷ ଲାଭକାରୀ ଅଟେ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ପରିମାଣରେ ଥିବାରୁ ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ତେବେ ଆସନ୍ତୁ ଜାଣିବା ନାଲି ଶାଗ ବା ନାଲି କୋଶଳା ସାଗର ଉପକାରିତା ଆମ ଶରୀର ପ୍ରତି କଣ ରହିଛି। ନାଲି ଶାଗର ଉପକାରିତା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ଆଜିଠାରୁ ନିଜେ ଏହି ଶାଗ ଖାଇବା ଆରମ୍ଭ କରିଦେବେ। କହିବାକୁ ଗଲେ ଏହାର ଅନେକ ଗୁଡ଼ିଏ ଉପକାରିତା ରହିଛି। ନାଲି ସବୁଜ ଶାଗ ଖାଇବା ଦ୍ଵାରା ଏହା ସ୍ବାସ୍ଥ୍ୟ ପ୍ରତି ଅତି ଲାଭଦାୟକ ହୋଇଥିଲା। ନାଲି ଶାଗ ଅନେକ ପୁଷ୍ଟିକର ଜିନିଷରେ ଭରପୁର। ଏହା ହଡକୁ ଶକ୍ତିଶାଳୀ କରିବା ପାଇଁ ଉପଯୁକ୍ତ ଖାଦ୍ୟ । ଏହି ଶାଗ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ। ଏହି ଶାଗ ଔଷଧୀୟ ଗୁଣ ଭରପୂର। ଏହି ନାଲି କୋଶଳା ପାଟିକୁ ସ୍ୱାଦିଷ୍ଟ ହେବା ସହିତ ଦେହ ପାଇଁ ମଧ୍ୟ ସ୍ୱାସ୍ଥ୍ୟକର ହୁଏ। ଏଥିରେ ପୋଷକ ତତ୍ତ୍ଵ ଭରପୁର ପରିମାଣରେ ଭରି ରହିଛି। ଏହା ସହିତ ଭିଟାମିନ A, ଭିଟାମିନ B, ଭିଟାମିନ C, ପ୍ରୋଟିନ, କାର୍ବୋହାଇଡ୍ରେଟ, ଆଇରନ ଏବଂ କ୍ୟାଲସିୟମ ପରି ଉପାଦାନ ଗୁଡ଼ିକ ଏଥିରେ ପ୍ରଚୁର ପରିମାଣରେ ଥାଏ ଯାହା ସ୍ବାସ୍ଥ୍ୟ ସହିତ ଜଡିତ ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ନାଲି ଶାଗ ରୋଗ ପ୍ରତିରୋଧକ ଶକ୍ତି ଏବଂ ଦୃଷ୍ଟିଶକ୍ତିକୁ ମଧ୍ୟ ବଢ଼ାଇବାରେ ସାହାଯ୍ୟ କରେ। ଏହା ସହିତ ହାଡକୁ ଶକ୍ତିଶାଳୀ କରିବା ପାଇଁ ମଧ୍ୟ ଆପଣ ଏହାକୁ ଖାଇ ପାରିବେ।

saga
picture credit – wiki

ନାଲି କୋଶଳା ଶାଗ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ୍ କରିବାରେ ଲାଭଦାୟକ। ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ୍ କରିବା ପାଇଁ ଆପଣ ଏହି ଶାଗ ପ୍ରତ୍ୟେକ ଦିନ ଖାଇବା ଉଚିତ୍। କହିବାକୁ ଗଲେ ଭିଟାମିନ ସି ଓ ପ୍ରୋଟିନ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ। ଏହା ଶରୀରକୁ ସଂକ୍ରମଣରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଆପଣ ଯଦି ନିଜର ଓଜନ କମ କରିବାପାଇଁ ଇଚ୍ଛା କରୁଛନ୍ତି ତେବେ ଆପଣ ଏହି ଶାଗ ସବୁଦିନ ଖାଇ ପାରିବେ। ଶାଗରେ କ୍ୟାଲସିୟମ ଅଧିକ ଥାଏ ଯାହା ହାଡକୁ ମଜବୁତ୍ କରେ।

Leave A Reply

Your email address will not be published.