You are currently viewing ଗୋଟେ ପୁଅ ନେତା ଆଉ ଜଣେ ସରକାରୀ ଅଫିସର; ମା’ ପଡ଼ିଛି ରାସ୍ତା କଡ଼ରେ

ଗୋଟେ ପୁଅ ନେତା ଆଉ ଜଣେ ସରକାରୀ ଅଫିସର; ମା’ ପଡ଼ିଛି ରାସ୍ତା କଡ଼ରେ

ପଞ୍ଜାବ, ପଞ୍ଜାବର ବଠିଙ୍ଗା ସହରରୁ ଏକ ହୃଦୟ ଥରେଇଦେଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟେ ପୁଅ ରାଜନେତା, ଅନ୍ୟଟି ଉଚ୍ଚପଦସ୍ଥ ସରକାରୀ ଅଫିସର କିନ୍ତୁ ମା’ ପଡ଼ିଛି ରାସ୍ତା କଡ଼ରେ । ଖାଲି ସେତିକି ନୁହେଁ ମହିଳା ଜଣଙ୍କ ସ୍ୱାମୀ ମଧ୍ୟ ସରକାରୀ କ୍ଲାସ ୱାନ ଅଫିସର ବୋଲି ଶୁଣିବାକୁ ମିଳୁଛି । ଇଟାର ଝୁମ୍ପୁଡ଼ି ଘର କରି ଖୋଲା ଆକାଶ ତଳେ ପଡ଼ିରହିଛି ୮୦ବର୍ଷର ବୃଦ୍ଧା ମା’ । ଆହା ବୋଲି କହିବାକୁ ପାଖରେ କେହିନାହିଁ । ମହିଳା ଜଣଙ୍କ ମୁଣ୍ଡରେ ପୋକ ଚାଲୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ଏତେ ଦୟନୀୟ ଅବସ୍ଥାରେ ଜଣେ ବୃଦ୍ଧଙ୍କୁ ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଏଞ୍ଜିଓଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଉଭୟ ପୋଲିସ ଓ ଏଞ୍ଜିଓ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତି କରିଥିଲେ। ପରେ ଏହି ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଲା । କିଛି ଦିନ ପରେ ଉକ୍ତ ମହିଳାଙ୍କ ଏକ ପୁଅ ଆସି ତାଙ୍କୁ ଫରିଦକୋଟ ନେଇ ଚାଲିଗଲେ । ପରେ ସୂଚନାରୁ ଜଣାପଡ଼ିଲା ଯେ, ଉକ୍ତ ମହିଳା ଜଣଙ୍କ କିଛିଦିନ ପରେ ଆଖି ବୁଜି ଦେଇଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଥାନାରେ ଏହି ଘଟଣାକୁ ନେଇ କୌଣସି ମାମଲା ରୁଜୁ ହୋଇନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।