You are currently viewing ଜାଣନ୍ତୁ କେଉଁ ବ୍ୟକ୍ତି କାହା ଉପରେ ଇର୍ଷା କରନ୍ତି …

ଜାଣନ୍ତୁ କେଉଁ ବ୍ୟକ୍ତି କାହା ଉପରେ ଇର୍ଷା କରନ୍ତି …

ଯଦିଓ ଚାଣକ୍ୟଙ୍କ ନୀତି କଠୋର ହୋଇଥାଏ କିନ୍ତୁ କଠୋରତା ହେଉଛି ଜୀବନର ଅନ୍ୟତମ ସତ୍ୟ । ଜୀବନରେ ଚାଣକ୍ୟଙ୍କ ଏହି ଚିନ୍ତାଧାରାକୁ ଅଣଦେଖା କରିବା ଉଚିତ୍ ନୁହେଁ । ଆଜିର ବିଚାର କିଏ କାହା ଉପରେ ଇର୍ଷା କରେ ତାହାକୁ ନେଇ ଆଧାରିତ
ଜଣେ ଗରିବ ଧନୀ ଉପରେ ,ଚରିତ୍ରହୀନ ଚରିତ୍ରବାନ ଉପରେ, ମୁର୍ଖ ବିଦ୍ୱାନ ଉପରେ, ପାପୀ ଧ ।ର୍ମିକ ମାନଙ୍କ ଉପରେ ଇର୍ଷା କରିଥାନ୍ତି । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଏହି ଚାରିଜଣ ବ୍ୟକ୍ତି ପରସ୍ପରର ବିପରୀତ ହୋଇପାରନ୍ତି କିନ୍ତୁ ପରସ୍ପର ପ୍ରତି ଇର୍ଷା କରିଥାନ୍ତି ।
ଏହି ବିବୃତି ଅନୁଯାୟୀ ଗରିବ ଲୋକ ଧନୀ ଲୋକଙ୍କୁ ଦେଖି ଜଳିଯାଏ , ଗରିବ ଲୋକଟି ସେତେବେଳେ ଇର୍ଷା କରିଥାଏ ଯେବେ ତା’ ପାଖରେ ଖାଇବାକୁ ନଥାଏ ଏବଂ ଧନି ବ୍ୟକ୍ତି ପାର୍ଟି କରିଥାନ୍ତି । ସମସ୍ତ ସୁଖ ସୁବିଧାର ଲାଭ ଉଠେଇଥାନ୍ତି ।
ଚରିତ୍ରହୀନ ବ୍ୟକ୍ତି ଚରିତ୍ରବାନ ବ୍ୟକ୍ତିଙ୍କ ଉପରେ ସର୍ବଦା ଇର୍ଷା କରିଥାନ୍ତି । ଏହାର କାରଣ ଚରିତ୍ର ଥିବା ବ୍ୟକ୍ତି ସର୍ବତ୍ର ଏବଂ ସର୍ବଦା ପ୍ରଶଂସିତ ଏବଂ ଚରିତ୍ର ନଥିବା ବ୍ୟକ୍ତି ସର୍ବଦା ଅପମାନ ପାଇଥାଏ ।
ମୁର୍ଖ ବ୍ୟକ୍ତି ସର୍ବଦା ବିଦ୍ୱାନଙ୍କ ଇପରେ ଇର୍ଷା କରିଥାଏ । ମୁର୍ଖ ବ୍ୟକ୍ତି ସର୍ବଦା ମୁର୍ଖ କଥା ହିଁ କହିଥାନ୍ତି । କିନ୍ତୁ ବିଦ୍ୱାନ ବ୍ୟକ୍ତି ଉପଯୁକ୍ତ କଥା ହିଁ କହିଥାନ୍ତି ।
ପାପୀଙ୍କ କଥା କହିବା ତେବେ ସେମାନଙ୍କ ମନରେ ଦୋଷ ହିଁ ରହିଥାଏ । ସେ ଯାହା କରିଥାନ୍ତି ତା ପଛରେ ଖରାପ ଚିନ୍ତାଧାରା ହିଁ ରହିଥାଏ । କିନ୍ତୁ ଧାର୍ମିକ ବ୍ୟକ୍ତି ନିଜ ଆଗରୁ ଅନ୍ୟମାନଙ୍କ ସୁଖ ଦୁଃଖ କଥା ଚିନ୍ତା କରିଥାନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।