ଜାଣନ୍ତି କି, କଖାରୁ ମଞ୍ଜିରେ ରହିଛି ଅନେକ ଔଷଧୀୟ ଗୁଣ ?

ପ୍ରାୟ ସମସ୍ତେ କଖାରୁ ମଞ୍ଜିକୁ ଫୋପାଡ଼ି ଦେଇଥା’ନ୍ତି । କିନ୍ତୁ ଆପଣଙ୍କୁ ହୁଏତ ଜାଣି ନଥିବେ, କଖାରୁ ମଞ୍ଜିରେ ଅନେକ ଔଷଧୀୟ ଗୁଣ ରହିଛି। ଏଥିରେ ଆଣ୍ଟି- ଅକ୍ସିଡାଣ୍ଟ୍, ଆମିନୋ ଏସିଡ, ଆଇରନ୍ ଓ ପୋଟାସିୟମ୍ ପରି ଅନେକ ପୋଷକ ତତ୍ତ୍ଵ ରହିଛି। କଖାରୁ ମଞ୍ଜି ଶରୀରକୁ ଇନ୍ଫେକ୍ସନରୁ ଦୂରେଇ ରଖୁବା ସହିତ ଆହୁରି ଅନେକ ରୋଗରୁ ରକ୍ଷା କରିଥାଏ। ଆସନ୍ତୁ ଜାଣିବା,

କଖାରୁ ମଞ୍ଜି ଖାଇଲେ କେଉଁ ସବୁ ଲାଭ ମିଳିଥାଏ।

କଖାରୁ ମଞ୍ଜି ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରଣ କରିଥାଏ। ଏଥିରେ ଭରପୂର ମାତ୍ରାରେ ଫାଇବର୍ ଓ ପ୍ରୋଟିନ୍ ରହିଛି। ଫାଇବର୍ ରକ୍ତରେ ମିଶି ଅଧ୍ଵକ ସୁଗାରକୁ ଶୋଷଣ କରିଥାଏ। ଫଳରେ ରକ୍ତରେ ସୁଗାରର ସ୍ତର ନିୟନ୍ତ୍ରଣରେ ରହିଥାଏ। ସେଥିପାଇଁ ଡାଇବେଟିସ୍ ରୋଗୀମାନେ ଏହାକୁ ଖାଇବା ଉଚିତ୍। ତେବେ ସେମାନେ ଏହା ପୂର୍ବରୁ କୌଣସି ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନେଲେ ଭଲ।

କ୍ୟାନସର୍ ସେଲର ବୃଦ୍ଧିକୁ ବନ୍ଦ କରିଥାଏ କଖାରୁ ମଞ୍ଜିରେ ଥିବା ଆଣ୍ଟି – ଅକ୍ସିଡାଣ୍ଟ୍ ଶରୀରରେ ବିକାଶିତ ହେଉଥିବା କ୍ୟାନସର୍ ସେଲ୍ ସହିତ ଲଢ଼େଇ କରିଥାଏ ଓ ସେଗୁଡ଼ିକୁ ବଢ଼ିବାକୁ ଦେଇ ନଥାଏ। କଖାରୁ ମଞ୍ଜିରେ ଥିବା ଆଣ୍ଟି- କ୍ୟାନସର୍ ଗୁଣ ବ୍ରେଷ୍ଟ୍ କ୍ୟାନସକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ବ୍ଲାଡରକୁ ଠିକ୍ ଢଙ୍ଗରେ କାର୍ଯ୍ୟକ୍ଷମ କରାଏ। ମୂତ୍ରାଶୟରେ ପ୍ରୋଷ୍ଟେଟ୍ ଗ୍ଲାଣ୍ଡର ବୃଦ୍ଧି ହେଲେ ପୁରୁଷଙ୍କ କ୍ଷେତ୍ରରେ ପରିସ୍ରା ସମସ୍ୟା ଦେଖାଯାଇଥାଏ। କଖାରୁ ମଞ୍ଜି ଖାଇଲେ ଏହି କଷ୍ଟରୁ ମୁକ୍ତି ମିଳେ। ଏହି ମଞ୍ଜିରେ ଥିବା ତୈଳ ଅଂଶ ବ୍ଲାଡରର ଫଙ୍କ୍‌ନକୁ ଠିକ୍ କାର୍ଯ୍ୟକ୍ଷମ କରାଇବା ସହିତ ପ୍ରୋଷ୍ଟେଟ୍ ଗ୍ଲାଣ୍ଡକୁ ବଢ଼ିବାକୁ ଦେଇ ନଥାଏ।

କଖାରୁ ମଞ୍ଜିରେ ଥିବା ତୈଳ ଅଂଶ ହୃତପିଣ୍ଡ ପାଇଁ ଭାରି ଭଲ। ଏହା ହୃତପିଣ୍ଡକୁ ସୁସ୍ଥ ରଖିବା ସହିତ ଏହାକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ଏଥି ସହିତ ଏହା ଶରୀରରେ ନାଇଟ୍ରିକ୍ ଅକସାଇଡ୍ ସ୍ତରକୁ ବଢ଼ାଇଥାଏ। ନାଇଟ୍ରିକ୍ ଅକସାଇଡର କାର୍ଯ୍ୟ ହେଉଛି, ଏହା ରକ୍ତ ବାହିକାକୁ ପତଳା କରିଥାଏ ଏବଂ ହୃତପିଣ୍ଡକୁ ଠିକ୍ ଭାବରେ ରକ୍ତ ସଞ୍ଚାଳନ କରିଥାଏ।

Leave A Reply

Your email address will not be published.