You are currently viewing କୁମ୍ଭୀର ସହ ଭିଡିଓ କଲେ, ଆଉ ତା’ପରେ…

କୁମ୍ଭୀର ସହ ଭିଡିଓ କଲେ, ଆଉ ତା’ପରେ…

ଯାଅ କିମ୍ବା ରୁହ, ଏହି ଶବ୍ଦଗୁଡିକୁ ସାଧାରଣତ ଲୋକମାନେ କାହାକୁ ଡାକିବା ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ ଏହା କେବେ ଶୁଣିଛ କି ଏହି ଶବ୍ଦ ଗୁଡିକୁୂ ଜଣେ ବ୍ୟକ୍ତି ଜିଦ୍‌ଖୋର୍ କୁମ୍ଭୀରକୁ ହଟେଇବା ପାଇଁ ବ୍ୟବହାର କରୁଥିବାର । ଏହା ଅଜବ ଲାଗିପାରେ କିନ୍ତୁ ସତ୍ୟ । ଏହି କିତ୍ତୀନାମା ଅଷ୍ଟ୍ରେଲିଆ ଆଉଟବ୍ୟାକ୍ ରେଙ୍ଗଲ୍‌ର ମ୍ୟାଟ୍ ରାଇଟ୍ ନାମକ ଏକ ଯୁବକ କରିଛନ୍ତି । ମ୍ୟାଟ୍ ରାଇଟ୍‌ଙ୍କୁ ଏକ ଟେଲିଭିଜନ୍ ଟିଭି ଶୋରେ ମଧ୍ୟ ଦେଖିବାକୁ ମିଳେ । ମ୍ୟାଟ୍ ରାଇଟ୍ ଅଷ୍ଟ୍ରେଲିଆର ଉତ୍ତର ଅଞ୍ଚଳର ଏକ ନଦୀରେ କାଠ କାଟୁଥିବା ସମୟରେ କୁମ୍ଭୀର ତାଙ୍କ ସାମ୍ନାକୁ ଆସିଯାଇଥିଲା । କୁମ୍ଭୀରକୁ ଦେଖି ସମସ୍ତେ ନିଜର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ମ୍ୟାଟ୍ ରାଇଟ୍ ଏହା କରିନଥିଲେ । ତା’ ବଦଳରେ ମ୍ୟାଟ୍ ୧୩ଫୁଟ୍ ଲମ୍ବର କୁମ୍ଭୀରକୁ ବସିବା ପାଇଁ ଏବଂ ରହିଯିବା ପାଇଁ କହୁଥିଲେ । ଏହି ସମୟର ଭିଡିଓ ସେ ମଧ୍ୟ ପ୍ରସ୍ତୁତ କରିଥିଲେ । ପରେ ସେହି ଭିଡିଓଟିକୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ।

https://www.instagram.com/tv/CFIUdwvnbnF/
ଅନ୍ୟମାନଙ୍କୁ ଜଣାନ୍ତୁ।