You are currently viewing ଆଜି ପୁଣି ୩ ମୃତ

ଆଜି ପୁଣି ୩ ମୃତ

ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ଆଜି ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଗଞ୍ଜାମ ଜିଲ୍ଲାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗଜପତିରୁ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ୨ ମୃତକ ପୁରୁଷ ହୋଇଥିବା ବେଳେ ଜଣଙ୍କୁ ୬୩ ବର୍ଷ ଓ ଅନ୍ୟକୁ ୬୦ ବର୍ଷ ବୋଲି ଜଣାପଡିଛି ।

ଅନ୍ୟପଟେ ଗଜପତିର ଜଣେ ୪୮ ବର୍ଷୀୟ ମହିଳାଙ୍କ କରୋନା ଜନିତ ମୃତ୍ୟୁ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।