କରୋନା ମହାମାରୀ ସମୟରେ ବି ଭାଇ ହାତେ ସୁନା ଭଉଣୀ ବାନ୍ଧିବ ରାକ୍ଷୀ

ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭଗବାନ ବଳଭଦ୍ରଙ୍କ ଜନ୍ମ ଦିବସ। ଆଜିର ଦିନରେ ଭାଇଙ୍କ ହାତରେ ଭଉଣୀ ମାନେ ନିଜର ସୁରକ୍ଷା କାମନା କରି ରାକ୍ଷୀ ବାନ୍ଧିଥାନ୍ତି, ସେପଟେ ଭଗବାନଙ୍କ ଜନ୍ମଦିନ ଅବସରରେ ଗୋମାତାଙ୍କୁ ବନ୍ଦା ପନା କରି ପୂଜା କରାଯାଇଥାଏ। ଭାଇ ଓ ଭଉଣୀଙ୍କ ସ୍ନେହ, ମମତା ଓ ବନ୍ଧନର ପର୍ବ ହେଉଛି ରାକ୍ଷୀ। ଏହି ଦିନକୁ ସବୁ ଭାଇ ଭଉଣୀ ଅପେକ୍ଷା କରି ରହିଥାନ୍ତି।

ସୀମାରେ କାର୍ଯ୍ୟରତ ଭାଇମାନେ ମଧ୍ୟ ନିଜ ଭଉଣୀର ରାକ୍ଷୀ କୁ ଅପେକ୍ଷା କରି ରହିଥାଏ। ଭଉଣୀମାନେ ରାକ୍ଷୀ ଥାଳି ସଜେଇ ଭାଇଙ୍କୁ ଫୁଲ ଚନ୍ଦନ ଟିପା ଲଗାଇ ରାକ୍ଷୀ ବାନ୍ଧିଥାନ୍ତି। ଏହି ଦିନ ସତରେ ସ୍ମରଣୀୟ। ଖାଲି ଓଡ଼ିଶା ନୁହେଁ ପୁରା ଦେଶବାସୀ ଏହି ଉତ୍ସବ ପଳିଥନ୍ତି। ଘରେ ପୀଠା, ମିଠା କରି ଆନନ୍ଦ ଉଲ୍ଲାସର ସହ ରାକ୍ଷୀପୂର୍ଣ୍ଣିମା ପାଳନ କରାଯାଇଥାଏ।


କିନ୍ତୁ ଚଳିତ ବର୍ଷ କରୋନା ପାଇଁ ଏତେ ଧୁମ୍ ଧାମରେ ପାଳନ କରା ନଯାଇଥିଲେ ମଧ୍ୟ, ଏହି ଦିବସଟିକୁ ସମସ୍ତେ ପାଳିଥାଆନ୍ତି। ବଡ ଧରଣର କିଛି ଆୟୋଜନ ନକରି, ନିଜ ନିଜ ଘରେ ରହି ଅନେକ ଭିଡିଓ କଲ୍ ମାଧ୍ୟମରେ ପାଳନ କରୁଛନ୍ତି ଆଜିର ଦିନ ଟିକୁ। ପ୍ରତି ଭାଇ ଓ ଭଉଣୀଙ୍କ ପାଇଁ ଆଜିର ଦିନ ଅନେକ ମହତ୍ତ୍ଵ ରଖିଥାଏ।

Leave A Reply

Your email address will not be published.