You are currently viewing ANS NEWS SUPERFAST 2@10

ANS NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଦେଶରେ ମାଡୁଛି କରୋନା । ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ୨ ହଜାର ଟପିଲା ଦୈନ୍ଖଳ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୧ ଶହ ୫୧ ପଜିଟିଭ । ଯାହାକି ଗତ ୫ ମାସରେ ସବୁଠାରୁ ଅଧିକ ।
୨. କର୍ଣ୍ଣାଟକ ବିଧାସଭା ନିର୍ବାଚନ ତାରିଖ ଘୋଷଣା କରଛିନ୍ତି ନିର୍ବାଚନ କମିଶନର । ଆସନ୍ତା ମେ ୧୦ ତାରିଖରେ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି ।
୩.ବାପାଙ୍କ ରାଗକୁ ସହିପାରିଲାନି ପାବାଳିକା ଝିଅ । ତେଣୁ କେମିତି ହତ୍ୟା କରିବ ତାହାକୁ ନେଇ ପ୍ରସ୍ତୁତ କଲା ପ୍ଲାନ । ବାପା ମାଙ୍କୁ କ୍ଷୀରରେ ନିଦ ବଟିକା ଦେଇ ଶୋଇଥିବା ବେଳେ କୁରାଢିରେ ହାଣିଲା ଝିଅ ।
୪ ଛାତରୁ ପଡି ହାବିଲଦାର ମୃତ । ଆଜି ସକାଳେ ନିଜେ ଘର ପାଣି ସାଲିଆରେ ଛାତ ଉପରକୁ କୌଣସି ଏକ କାମରେ ଯାଇଥିବା ବେଳେ ହାବିଲଦାର କଣ୍ଡୁରୀ ବେହେରା ଛାତ ତଳକୁ ଖସି ପଡିଥିଲେ । ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।
୫. ନୂଆପଡା ଜିଲ୍ଲା ସୁନାବେଡା ଅଭୟରଣ୍ୟର ଜଳମଡେଇ ଗାଁରେ ପୁଣି ବାଘ ଅତଙ୍କ । ଆଜି ସକାଳେ ଜଳମଡେଇ ଗାଁର ରାମଶିଳା ପଟିଆଙ୍କ ଗୋଟିଏ ବଳଦ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ବାଘ ଆକ୍ରମଣ କରିଛି ।
୬. କର୍ଣ୍ଣାଟକ ସହ ଆଜି ଘୋଷଣା ହେଲା ଝାରସୁଗୁଡା ଉପନିର୍ବାଚନ ତାରିଖ । ମେ ୧୦ ରେ ହେବ ଝାରସୁଗୁଡା ଉପ ନିର୍ବାଚନ । ଏପ୍ରିଲ ୧୩ରେ ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି ।
୭. କୋଇଡା ବିଡିଓ ପଲ୍ଲବୀ ରାଣୀ ରାଜଙ୍କୁ ମାଡ । ବିଡିଓଙ୍କ ସମେତ ସହକାରୀ ଯନ୍ତ୍ରୀଙ୍କୁ ମଧ୍ୟ ମାଡ । ଏ ନେଇ କୋଇଡା ଥାନାରେ ଏତଲା ଦେଇଛନ୍ତି ପଲ୍ଲବୀ ।
୮. ବାଲେଶ୍ୱର ସହଦେବ ଖୁଣ୍ଟା ଥାନା ଅଧିନ କଣ୍ଟାବଣିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା ଦ୍ରୃତଗାମୀ ପିକଅପ୍ ଭ୍ୟାନ । ଏଥିରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ।
୯. ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର । ବରଗଡ ଜିଲ୍ଲା ଭେଡେନ ଥାନା ରୁଷୁଡା ଫାଣ୍ଡି ବଇପୁର ବିଦ୍ୟୁତ ଗ୍ରୀଡ ଏବଂ ଝାଇଜୋର ନିକଟରେ ଏକ ଶବ ଜଳୁଥିବାର ସମୟରେ ପୋଲିସ ଓ ସାଇଣ୍ଟିପିକ ଟିମ ସହାୟତାରେ ଉଦ୍ଧାର କରାଯାଇଥିଲା ।
୧୦. ରାଜ୍ୟରେ ପ୍ରଭାବ ଦେଖାଉଛି ପଶ୍ଚିମା ଝଡ । ଆଜିଠାରୁ ପୁଣି ନୂଆ ପଶ୍ଚିମା ଝଡ । କାଲିଠାରୁ ଏହାର ପ୍ରଭାବ ଦେଖାଇବ । ଆସନ୍ତା ୧ ତାରିଖ ଯାଏ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ପବନ ଲାଗି ରହିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।