ଖୋଲିବ ସପିଂ ମଲ୍

କରୋନା ସଙ୍କଟ ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ଖୋଲିବ ସପିଂ ମଲ୍। ସର୍ତ୍ତ ସହ ମଲ୍ ଖୋଲିବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅନୁମତି ଦିଆଯାଇଛି। ରାଜଧାନୀରେ ଖୋଲିବାକୁ ଥିବା ସବୁ ସପିଂ ମଲ୍ ପାଇଁ ପୂରା ଏସଓପି ଜାରି କରାଯାଇଛି ।

ତେବେ ମଲ ଭିତରେ ଗେମିଂ ଜୋନ୍, ପିଲାଙ୍କ ଖେଳିବା ସ୍ଥାନ ବନ୍ଦ ରହିବ। ମଲ ଭିତରେ ଥିବା ଫୁଡ଼ କୋର୍ଟ ଖୋଲିବ ନାହିଁ। ମଲ ଭିତରେ ଅଧିକ ଲୋକଙ୍କ ସମାଗମକୁ ବାରଣ କରାଯିବ। କୌଣସି ପ୍ରକାର ପ୍ରମୋସନାଲ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ। ଏହା ସହ ସାମାଜିକ ଦୂରତା କଟକଣା କଡାକଡି ହେବ।

Leave A Reply

Your email address will not be published.