ଗଞ୍ଜାମକୁ ପଛରେ ପକାଇଲା ଖୋର୍ଦ୍ଧା

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ସବୁଦିନ ଅନେକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ସବୁବେଳେ ଚିହ୍ନଟ ହେଉଥିବାବେଳେ, ଆଜି କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଚିହ୍ନଟ ହୋଇଛି। ଗଞ୍ଜାମରେ ଆଜି ୨୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଖୋର୍ଦ୍ଧାରୁ ୨୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ହୁ ହୁ ହୋଇ ବଢ଼ିଚାଲିଛି ଖୋର୍ଦ୍ଧା ଜିଲ୍ଲା ଆକ୍ରାନ୍ତଙ୍କ ସଂଖ୍ୟା। ଆଜିର ଏହି ସଂଖ୍ୟାକୁ ନେଇ ଭୟଭୀତ ଅଛନ୍ତି ଜିଲ୍ଲାବାସୀ। ଏତେ ସବୁ କଟକଣା ସତ୍ବେ ମଧ୍ୟ କମିବାରେ ନା ଧରୁନି କରୋନା। ଯଦି ଏମିତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟେ, ତେବେ ଆଗାମୀ ଦିନରେ ଖୋର୍ଦ୍ଧା ଜିଲ୍ଲାର ପରିସ୍ଥିତି ଭୟାବହ ହେବବୋଲି ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.