ଢେଙ୍କାନାଳ ସଚେତନ ନାଗରିକ ଫୋରମ ତରଫରୁ ମେଧା ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ

ଢେଙ୍କାନାଳ, ଢେଙ୍କାନାଳ ସଚେତନ ନାଗରିକ ଫୋରମ ଦ୍ୱାରା ୩ ଟି ଉଚ୍ଚ ବିଦ୍ୟାଳୟ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ବୋର୍ଡ ପରୀକ୍ଷାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅର୍ଜନ କରିଥିବା ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ବି.ବି. ହାଇସ୍କୁଲର ପ୍ରଥମ ସ୍ଥାନ ତଥା ସମଗ୍ର ଜିଲ୍ଲାରେ ଟପ୍ପର ହୋଇଥିବା ଓଁକାର ମାଝି, ଦ୍ୱିତୀୟ ସ୍ଥାନରେ ବିଶ୍ୱଜିତ ରାଉତ ଓ ତୃତୀୟ ସ୍ଥାନରେ କୁମାରୀ ନୂତନଜ୍ୟୋତି ସାହୁଙ୍କୁ ସମ୍ମାନିତ କରାଯାଇଥିଲା  ।


ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଥମ ସ୍ଥାନ ରେ ସୋନାଲି ତ୍ରିପାଠୀ, ଦ୍ୱିତୀୟ ସ୍ଥାନରେ ଜିନିସ୍ମିତା ସାହୁ ଓ ତୃତୀୟ ସ୍ଥାନରେ ସତ୍ୟପ୍ରିୟା ପାଣିଙ୍କୁ ସମ୍ମାନୀତ କରାଯାଇଥିଲା । ଢେଙ୍କାନାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମ ସ୍ଥାନ ଅର୍ଜନ କରିଥିଲେ ଶୁଭଜିତ ସ୍ୱାଇଁ, ଦ୍ୱିତୀୟରେ ଲିନୁପ୍ରିୟା ଜେନା ଓ ତୃତୀୟରେ ଥିଲେ ଅଭିଜିତ ରାଉତ  ।
ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ସମ୍ମାନାର୍ଥେ ଫୋରମ ତରଫରୁ ମାନପତ୍ର ସହିତ ଗୋଟିଏ ଲେଖାଏଁ କପ୍, ପେନ, ଚକୋଲେଟ ଓ ପରିବେଶ ସୁରକ୍ଷା ପାଇଁ ଗୋଟିଏ ଗୋଟିଏ ଗଛ ପ୍ରଦାନ କରାଯାଇଥିଲା  ।


ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ସ୍ଥାୟୀ ଲୋକ ଅଦାଲତ ସଦସ୍ୟ ତଥା ପ୍ରଫେସର ଡ଼ ହରେକୃଷ୍ଣ କର, ଶ୍ରୀଯୁକ୍ତ ତାରା ପ୍ରସନ୍ନ ଶତପଥୀ ଓ କବୟିତ୍ରୀ ତଥା ଓଡ଼ିଆ ସାହିତ୍ୟ ଏକାଡେମୀ ଢେଙ୍କାନାଳ ସଦସ୍ୟା ଡ଼ ପୁଷ୍ପଲତା ରଥ ଯୋଗ ଦେଇଥିଲେ । ସଂଚାଳକ ରୂପେ ଫୋରମ ର ନଗର ଉପସଭାପତି ଇଂ ଦେବବ୍ରତ ଭଟ୍ଟ, ନଗର ମହିଳା ସଭାନେତ୍ରୀ ବେବିନା ବେହେରା ଓ ନଗର ଉପସଭାପତି ବିନୋଦ ଅଗ୍ରୱାଲା ତାଛଡା ନଗର କମିଟି ସମ୍ପାଦକ ଦୟାନିଧି ବେହେରା, ସହସଂପାଦକ ଅଜୟ ଶଙ୍କର ମିଶ୍ର, ସଦସ୍ୟ ଅମରେନ୍ଦ୍ର ସାହୁ, ରଞ୍ଜିତ ପାଣିଗ୍ରାହୀ, ବିନୋଦ ମଲିକ, ପ୍ରଫେସର ବିଶ୍ୱନାଥ ମହାପାତ୍ର, ମହେନ୍ଦ୍ର ସାହୁ, ଫୋରମର ଶିକ୍ଷା ବିଭାଗ ଜିଲ୍ଲା ସଭାପତି ଡ଼ା.ଦେବୀ ପ୍ରସାଦ ମିଶ୍ର, ନଗର ଶିକ୍ଷା ବିଭାଗ ସଭାପତି ସସ୍ମିତା ପରିଜା, ଚିରଞ୍ଜୀଵି ବରାଳ, ବିଶ୍ୱଜିତ ବରାଳ, ଲିଟୁନ ବେହେରା, ରାକେଶ ସେନାପତି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ  ।

ଏହି କାର୍ଯ୍ୟକ୍ରମର ଯୋଜନା ଫୋରମର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ରଥ, ଉପସଭାପତି ପଙ୍କଜ ନାୟକ, ସମ୍ପାଦକ ଭରତ ଦାଶ, ସହ ସମ୍ପାଦକ ଗୁପ୍ତେଶ୍ୱର ମିଶ୍ର, ମହିଳା ସଭାପତି ପ୍ରଭାତୀ ମହାପାତ୍ର, ଦଳିତ ସଭାପତି କୈଳାଶ ନାଏକ, ଯୁବ ସଭାପତି ପର୍ଶୁରାମ ମହାଭୋଇ ପ୍ରମୁଖ ଉପସ୍ଥାପନା କରି କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Leave A Reply

Your email address will not be published.