ଭୁବନେଶ୍ୱର, ୨୦୦୯ରୁ ୨୦୧୫ ମସିହା ପାଇଁ ୭ ଶିଳ୍ପୀଙ୍କୁ ଧର୍ମପଦ ପୁରସ୍କାର ମିଳିଥିବା ନେଇ ସୂଚନା ମିଳିଛି । ଓଡ଼ିଶା ଲଳିତ କଳା ଏକାଡ଼େମୀର ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ୭ ଶିଳ୍ପୀଙ୍କୁ ମିଳିଛି । ପ୍ରତ୍ୟେକଙ୍କୁ ୧ଲକ୍ଷ ଟଙ୍କା ଓ ତାମ୍ରଫଳକ ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ । ୨୦୦୯ ପାଇଁ ମରଣୋତ୍ତର ଭାବେ ଗୋକୁଳୀବିହାରୀ ପଟ୍ଟନାୟକ, ୨୦୧୦ ପାଇଁ ମରଣୋତ୍ତର ଭାବେ ଅସୀମ ବସୁୁ, ୨୦୧୧ ପାଇଁ ଡକ୍ଟର ଦୁର୍ଗାପ୍ରସାଦ ଦାସ, ୨୦୧୨ ପାଇଁ ପଦ୍ମଶ୍ରୀ ସୁଦର୍ଶନ ସାହୁୁ, ୨୦୧୪ ପାଇଁ ମରଣୋତ୍ତର ଭାବେ ଦୀନନାଥ ପାଠୀ, ୨୦୧୫ ପାଇଁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଧର୍ମପଦ ପୁରସ୍କାର ମିଳିଛି । କିନ୍ତୁ ଦିଲ୍ଲୀରେ ଥିବାରୁ ୨୦୧୩ ର ପୁରସ୍କାର ଯତୀନ ଦାସ ପରେ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।
![You are currently viewing ଧର୍ମପଦ ପୁରସ୍କାର ପାଇଲେ ୭ ଶିଳ୍ପୀ!](https://ansodia.in/wp-content/uploads/2020/08/images-3.jpeg)