You are currently viewing ମୁଖ୍ୟମନ୍ତ୍ରୀଙ୍କଠୁ ପ୍ରଂଶସା ସାଉଁଟିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ମୁଖ୍ୟମନ୍ତ୍ରୀଙ୍କଠୁ ପ୍ରଂଶସା ସାଉଁଟିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିକଟରେ ରକ୍ତ ଦାନ କରି ଜୀବନ ବଂଚାଇଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପ୍ରଂଶସା କରିଛନ୍ତି । ଶ୍ରୀଯୁକ୍ତ ପଟ୍ଟନାୟକ ଆମ୍ବୁଲାନ୍ସ କର୍ମଚାରୀଙ୍କର ଏତାଦୃଶ ମହାନ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହେବବୋଲି ତାଙ୍କ ପ୍ରଂଶସା ବାର୍ତାରେ ଉଲ୍ଲେଖ କରିଛନ୍ତି । ପୂର୍ବରୁ ଅନେକ ଥର ଏହି କର୍ମଚାରୀମାନେ କେତେବେଳେ ଦେବଦୂତ ସାଜି ରୋଗୀଙ୍କୁ ରକ୍ତ ଦାନକରି ଦେଇଛନ୍ତି ନୂଆ ଜୀବନ ତ କେତେବେଳେ ରୋଗୀଙ୍କୁ କାନ୍ଧରେ ବୋହି ଦେଇଛନ୍ତି ବିଶାଳ ହୃଦୟର ପରିଚୟ ।ଘଟଣା ଅନୁଯାୟୀ ଶ୍ରୀକାନ୍ତ ପଣ୍ଡା ନାମକ ଏକ ଗରିବ ବ୍ୟକ୍ତିଙ୍କ ସ୍ତ୍ରୀ ସାଂଘାତିକ ଜଣ୍ଡିସ୍ ରୋଗରେ ଆକ୍ରାନ୍ତହୋଇ ଏସସିବି ହସ୍ପିଟାଲରେ ଚିକିତ୍ସାଧିନ ଥିଲେ ।

ଯେତେବେଳେ ୧୦୮ ଆମ୍ବୁଲାନ୍ସ ଏକ ରୋଗୀକୁ ଏସସିବିରେ ଛାଡ଼ିବାକୁ ଯାଇଥିଲେ ସେତେବେଳେ ତାଙ୍କ ସ୍ୱାମି ୧୦୮ ଆମ୍ବୁଲାନ୍ସ ସଦସ୍ୟମାନଙ୍କୁ ତାଙ୍କ ସ୍ତ୍ରୀ ନିମନ୍ତେ ୧ ୟୁନିଟ୍ ରକ୍ତ ଦେବାକୁ ଅନୁରୋଧ କରିଥିଲେ । ଉକ୍ତ ଆମ୍ବୁଲାନ୍ସରେ ସେତେବେଳେ ଡ୍ରାଇଭର, ରମେଶ ଚନ୍ଦ୍ର ମାଝି, ଇଏମଟି ଜଗବନ୍ଧୁ ସାହୂ ଏବଂ ହେଲପର କୁଞ୍ଜବିହାରୀ ମାଝୀ କାର୍ଯ୍ୟରତ ଥିଲେ । ବିପଦରେ ପଡ଼ିଥିବା ଏହି ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁଯାଇ ଆମ୍ବୁଲାନ୍ସରେ କାର୍ଯ୍ୟରତ ଡ୍ରାଇଭର, ରମେଶ ଚନ୍ଦ୍ର ମାଝୀ ସ୍ୱେଚ୍ଛାକୃତଭାବେ ଏସସିବିି ରକ୍ତ ଭଣ୍ଡାରକୁ ୧ ୟୁନିଟ୍ ରକ୍ତ ଦାନ କରିଥିଲେ । ପୂର୍ବରୁ ଅନେକ ଥର ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ କେତେବେଳେ ଦେବଦୂତ ସାଜି ରୋଗୀଙ୍କୁ ରକ୍ତ ଦାନକରି ଦେଇଛନ୍ତି ନୂଆ ଜୀବନତ କେତେବେଳେ ରୋଗୀଙ୍କୁ କାନ୍ଧରେବୋହି ଦେଇଛନ୍ତି ବିଶାଳ ହୃଦୟର ପରିଚୟ ।

ଅନ୍ୟମାନଙ୍କୁ ଜଣାନ୍ତୁ।