ହିନ୍ଦୋଳ ବନାଞ୍ଚଳରେ ଚାଲିଛି ଅବାଧ ଗଛ କଟା; ବନ ବିଭାଗ ଚୁପ୍!

ଢେ଼ଙ୍କାନାଳ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ରାସୋଳ ମୁଣ୍ଡିଆପଶି ଗ୍ରାମ୍ୟ ଜଙ୍ଗଲରେ କଟା ଯାଉଛି ମୂଲ୍ୟବନ ଶାଳଗଛ। ଏ ସମ୍ପର୍କରେ ବନବିଭାଗ ଅଧିକାରୀଙ୍କୁ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କାଠ ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେବା ବନବିଭାଗ ପ୍ରତି ଉଠିଛି ପ୍ରଶ୍ନ? ସାଧାରଣରେ ଚର୍ଚ୍ଚା, ବନବିଭାଗ ଓ କାଠ ମାଫିଆ ଭିତରେ ମଧୁ ଚନ୍ଦ୍ରିକା ହୋଇଛି।

ଲକ୍ଷ ଲକ୍ଷ ଟଙ୍କାର ଶାଳ ଗଛ କଟା ହେଉଥିଲେ ମଧ୍ୟ ଏଠି ପ୍ରତି ହିନ୍ଦୋଳ ବନବିଭାଗର ନିଘା ନାହିଁ । ରାଜ୍ୟ ସରକାର ଜଙ୍ଗଲ ସୁରକ୍ଷା ଓ ବନବିଭାଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି କାଠ ମାଫିଆ ଓ ଅସାଧୁ କର୍ମଚାରି ସରକାରୀ ବାବୁଙ୍କ ପାଇଁ ଏଭଳି ଘଟଣା ବାରମ୍ବାର ଦେଖାଦେଉଛି। ବନ ସୁରକ୍ଷା ନାମରେ ଲକ୍ଷ ଲକ୍ଷ ଟଙ୍କା ଅନୁଦାନହେଉଥିବା ବେଳେ କମିଟିର ସହାୟକ ଓ ସହାୟିକା ରହି ଗ୍ରାମ୍ୟ ଜଙ୍ଗଲ ତଦାରଖ ସୁରକ୍ଷା ପାଇଁ ନିଯୁକ୍ତି ପାଇଛନ୍ତି।

କମିଟି ପକ୍ଷରୁ ଅନୁଦାନ ମିଳୁଥିବା ବେଳେ ଜଙ୍ଗଲରୁ କିପରି ମୂଲ୍ୟବାନ୍ ଗଛ କଟା ଯାଉଛି ତାହା ହିଁ ତଦନ୍ତ ସାପେକ୍ଷ ବୋଲି ଗାଁ ଲୋକ ଅଭିଯୋଗ କରିଛନ୍ତି। ଯଦି ଏଭଳି ଆଗକୁ ଲଗିରୁହେ ତେବେ ଢେ଼ଙ୍କାନାଳ ଜିଲ୍ଲାରେ ଅନେକ ଜଙ୍ଗଲ ନଷ୍ଟ ହୋଇଯିବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହୁଏ। ତେଣୁ ଉଚିତ୍ ତଦନ୍ତ କରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.