You are currently viewing ଶିକ୍ଷକ ଅଭାବ ପ୍ରତିବାଦରେ ଅନଶନ

ଶିକ୍ଷକ ଅଭାବ ପ୍ରତିବାଦରେ ଅନଶନ

  • Post category:ଓଡିଶା
  • Reading time:1 mins read

ରାଜନଗର : ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲରେ ଶିକ୍ଷକ ଅଭାବ ପ୍ରତିବାଦରେ ଅନଶନରେ ବସିଲେ ଛାତ୍ର ସାଂସଦ ଓ ଅବିଭାବକ ସଙ୍ଘ । ପ୍ରଧାନଶିକ୍ଷକ ସମେତ ବହୁ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡିଥିବାରୁ ଶିକ୍ଷାଦାନ ବ୍ୟାହତ ହୋଇଛି । ଆବଶ୍ୟକ ଶିକ୍ଷକ ପଦ ପୂରଣ ପାଇଁ ଛାତ୍ର ସଂସଦ ଓ ଅବିଭାବକ ସଙ୍ଘ ସ୍ଥାନୀୟ ବ୍ଲକ ଶିକ୍ଷାଧିକାରୀ, ଜିଲ୍ଳା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ବାରମ୍ବାର ଦାବୀ କରି ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କର୍ଣ୍ଣପାତ କରୁନାହାନ୍ତି । ଯାହାର ପ୍ରତିବାଦରେ ଆଜି ୩ଦିନିଆ ଗଣ ଧାରଣାରେ ବସିଛନ୍ତି ଅବିଭାବକ ଓ ସ୍ଥାନୀୟ ବାସିନ୍ଦା । ଏହି ଧାରଣାକୁ ସଫଳ କରିବା ପାଇଁ ଅଭିଭାବକ ସଂଘ ସଭାପତି ଗୋପୀନାଥ ତ୍ରିପାଠୀ, ସମ୍ପାଦକ ବିଦ୍ୟାଭୂଷଣ ଦାଶ ଓ କୋଷାଧକ୍ଷ ସଞ୍ଜୟ ବର୍ମା ପ୍ରମୁଖ ନିବେଦନ କରିଛନ୍ତି । ଯଦି ତୁରନ୍ତ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଏହି ଘଟଣାରେ ହସ୍ତକ୍ଷେପ କରି ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦାବୀ ସମାଧାନ ନକରେ ତାହେଲେ ଆଗାମି ୧୫ ତାରିଖ ଦିନ ରାସ୍ତା ରୋକ କରାଯିଵା ସହିତ ଅଖଛକ ବନ୍ଦ କରିଦିଆ ଯିବ ବୋଲି ଚେତାବନୀ ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।