You are currently viewing ଏକାସହ ପାରାଦୀପରେ ପହଞ୍ଚିଲେ ୧୩୧ ବିଧାୟକ, ଜାଣନ୍ତୁ କାହିଁକି…

ଏକାସହ ପାରାଦୀପରେ ପହଞ୍ଚିଲେ ୧୩୧ ବିଧାୟକ, ଜାଣନ୍ତୁ କାହିଁକି…

ପାରାଦୀପ, ଆଜି ପାରାଦୀପରେ ପହଞ୍ଚିଛନ୍ତି ଓଡ଼ିଶା ବିଧାନସଭାର ୧୩୧ ବିଧାୟକ । ଏତେ ସଂଖ୍ୟାରେ ଏକା ସମୟରେ ପାରାଦୀପରେ ବିଧାୟକମାନଙ୍କ ଏକାଠି ହେବା ଘଟଣା ହେଉଛି ପ୍ରଥମ । ବିଧାୟକମାନଙ୍କୁ ସମୁଦ୍ର ଭିତରେ ବୁଲାଇବା ନିମନ୍ତେ ‘ଆଇଏନଏସ ଜଳସ୍ୱା’ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ବର୍ଷ ନୌସେନା ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ସେଠାରେ ସାମିଲ ଅଛନ୍ତି । ଯେପରି ବିଧାୟକମାନଙ୍କ କୌଣସି ଅସୁବିଧା ନହେବ, ସେଥିପାଇଁ ନୌସେନା ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।