You are currently viewing ବିଧାନସଭା ଅଧିବେଶନ ପୂର୍ବରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ

ବିଧାନସଭା ଅଧିବେଶନ ପୂର୍ବରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୩୦.୦୮.୨୦୨୧, ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିନବେଶନ। ଏହା ପୂର୍ବରୁ ୨ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ୨ ଜଣ ପଜିଟିଭଙ୍କ ନାମକୁ ସାର୍ବଜନୀନ କରାଯାଇ ନାହିଁ। କରୋନା ସଂକ୍ରମଣ ଏଯାଏ ରାଜ୍ୟରୁ ଯାଇନାହିଁ । ଏଥିପାଇଁ ଅଧିନବେଶନ ଆଗରୁ କରୋନା ଟେଷ୍ଟ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମୌସୁମୀ ଅଧିବେଶନ ପୂର୍ବରୁ ୪୯୩ ଜଣଙ୍କର କରୋନା ଟେଷ୍ଟ ହୋଇଥିଲା ।ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ରିପୋର୍ଟ କୋଭିଡ ପଜିଟିଭ ଆସିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ ଯେ,ସେପ୍ଟେମ୍ବର 1ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିନବେଶନ। ଏହା ଆସନ୍ତା ୯ ଯାଏ ଚାଲିବ ।ଗୃହକାର୍ଯ୍ୟ ପୂର୍ବାହ୍ନ ସାଢ଼େ ୧୦ରୁ ଆରମ୍ଭ ହୋଇ ସାଢେ ଗୋଟାଏ ଏବଂ ଅପରାହ୍ନରେ ୪ଟାରୁ ୬ଟା ଯାଏ ଚାଲିବ । ଅଧିବେଶନରେ ଷ୍ଟାର ପ୍ରଶ୍ନ ରହିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।