You are currently viewing ରାଜ୍ୟରେ ଆଉ ୩ଟି ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ନେଇ ସବୁଜ ସଙ୍କେତ

ରାଜ୍ୟରେ ଆଉ ୩ଟି ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ନେଇ ସବୁଜ ସଙ୍କେତ

ରାଜ୍ୟରେ ଖୋଲାହେବ ଆଉ ୩ଟି ପ୍ଲାଜମା ବ୍ୟାଙ୍କ । କରୋନା ମୁକାବିଲା ପାଇଁ ସରକାର ଏବେ ପ୍ଲାଜମା ଥେରାପୀ ଉପରେ ବେଶୀ ଗୁରୁତ୍ୱାରୋପ କରୁଛନ୍ତି । କାରଣ ଗତକାଲି ରାଜ୍ୟରେ ପ୍ଲାଜମା ଚିକିତ୍ସା ଦ୍ୱାରା ପ୍ରଥମ ମହିଳା ସୁସ୍ଥ ହୋଇ ଫେରିଛନ୍ତି । ଏନେଇ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ମାଧ୍ୟମରେ ସୂଚନା ମିଳିଥିଲା । ସମୁଦାୟ ୧୩ଜଣଙ୍କୁ ପ୍ଲାଜମା ଦିଆଯାଇଛି । ଆଉ ସମସ୍ତେ ଦୃତ ଗତିରେ ଆରୋଗ୍ୟ ହେଉଛନ୍ତି ବୋଲି ମଧ୍ୟ ସୂଚନା ମିଳିଛି ।

ତେଣୁ ଏହାକୁ ନଜରରେ ରଖି ସରକାର ଆଉ ୩ଟି ପ୍ଲାଜମା ବ୍ୟାଙ୍କ ଖୋଲିବା ପାଇଁ ଯୋଜନା କରିଛନ୍ତି । କଟକ ଏସିବି ମେଡ଼ିକାଲ, ରାଉରକେଲା ଆଇଜିଏଚ୍ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ, ବ୍ରହ୍ମପୁର ଏମକେସିଜି ଓ ବୁର୍ଲା ଭିମସାରରେ ପ୍ଲାଜମା ବ୍ୟାଙ୍କ ଖୋଲିବା ନେଇ ସ୍ୱାସ୍ଥ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।