You are currently viewing ଆଜି ରାଜ୍ୟରୁ ୩୦୫ କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟରୁ ୩୦୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ଆଜି ରାଜ୍ୟରୁ ୩୦୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୭୪ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୩୧ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଅନୁଗୁଳ ୨୬, ବାଲେଶ୍ୱର ୧୪ ,ବରଗଡ଼ ୨୫, ଭଦ୍ରକ ୨ ,ବଲାଙ୍ଗୀର ୧୬, ବୌଧ ୩, କଟକ ୨୩, ଦେଓଗଡ ୪, ଢ଼େଙ୍କାନାଳ ୨, ଗଞ୍ଜାମ ୧ ,ଜଗତସିଂହପୁର ୯, ଯାଜପୁର ୧୬, ଝାରସୁଗୁଡା ୮ , କଳାହାଣ୍ଡି ୫, କନ୍ଧମାଳ ୧, କେନ୍ଦ୍ରାପଡା ୧୦, କେନ୍ଦୁଝର ୧୭, ଖୋର୍ଦ୍ଧା ୨୩,କୋରାପୁଟ ୧, ମୟୁରଭଞ୍ଜ ୧୯, ନବରଙ୍ଗପୁର ୧, ନୟାଗଡ ୬, ନୂଆପଡା ୬, ପୁରୀ ୧ , ରାୟଗଡା ୧, ସମ୍ବଲପୁର ୨୮, ସୋନପୁର ୩, ସୁନ୍ଦରଗଡ ୨୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୨୯୩୦୬, ସୁସ୍ଥ ସଂଖ୍ୟା ୩୨୪୭୭୫, ସମୁଦାୟ ସକ୍ରିୟ ସଂଖ୍ୟା ୨୬୦୭ ,ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୩୮୩ ।

ଅନ୍ୟମାନଙ୍କୁ ଜଣାନ୍ତୁ।