You are currently viewing ବସ ଦୁର୍ଘଟଣାରେ ୪ ମୃତ

ବସ ଦୁର୍ଘଟଣାରେ ୪ ମୃତ

  • Post category:ଓଡିଶା
  • Reading time:1 mins read

ତାଳଚେର (2.09.22): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ଅଞ୍ଚଳରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌କୁ ଟ୍ରେଲର ଧକ୍କା ଦେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଆହୁରି ୨୫ରୁ ଅଧିକ ଆହତ ହୋଇଛନ୍ତି।

ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଉଛନ୍ତି କଣିହାଁ ଥାନା ଅନ୍ତର୍ଗତ କଂସମୁଣ୍ଡା ଗାଁର ମନୁ ବେହେରା ଓ ମସୁଣିହତା ଗାଁର ମେନକା ପ୍ରଧାନ।

ଅନ୍ୟମାନଙ୍କୁ ଜଣାନ୍ତୁ।