ଗଛରୁ ଡେଇଁ ବେପାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଦୁଇ ଘଣ୍ଟା ପରେ ଉଦ୍ଧାର

ରାଉରକେଲା, ରାଉରକେଲାର ସେକ୍ଟର ୧୯ ମୁଣ୍ଡା ମାର୍କେଟରେ ଆଜି ସକାଳ ଜଣେ ବେପାରୀ ଗଛରେ ଚଢ଼ି ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ପ୍ରାୟ ଦୁଇ ଘଣ୍ଟା ପରେ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି । ବେପାରୀ ଜଣକ ହେଲେ ସେକ୍ଟର ୧୯ ରାମଗଡ଼ ବସ୍ତିର । ଆରଏସପି ଲ୍ୟାଣ୍ଡ ଗାର୍ଡ କର୍ମଚାରୀ ମାର୍କେଟରେ ହଇରାଣ ହରକତ କରୁଥିବାରୁ ଏଭଳି କାଣ୍ଡ ଘଟେଇଥିବା କୁହାଯାଉଛି । ସୂଚନା ଥାଉକି, ବେପାରୀ ଜଣକ ମୁଣ୍ଡା ମାର୍କେଟ ରାସ୍ତା ପାର୍ଶ୍ଵରେ ପଇଡ଼ ବିକୁଥିଲେ । କିନ୍ତୁ ଲ୍ୟାଣ୍ଡ ଗାର୍ଡ କର୍ମଚାରୀ ଅଧିକାଂଶ ସମୟରେ ତାଙ୍କୁ ବସିବାକୁ ଦେଉ ନ ଥିଲେ , ଯାହାକୁ ନେଇ ମାନସିକ ଦୁଶ୍ଚିନ୍ତାରେ ଥିଲେ ସେ । ଆଜି ସକାଳ ପ୍ରାୟ ୬ଟାରେ ମାର୍କେଟ ନିକଟରେ ଥିବା ଚାକୁଣ୍ଡା ଗଛରେ ଚଢି ତଳକୁ ଡେଇଁ ଆତ୍ମହତ୍ୟା କରୁଥିଲେ । ମାର୍କେଟର କିଛି ଲୋକ ତାଙ୍କୁ ଅଟକାଇ ଥିଲେ। କିନ୍ତୁ ସେ ନ ଶୁଣିବାରୁ ବାଧ୍ୟ ହୋଇ ପୋଲିସ କୁ ଖବର ଦେଇଥିଲେ। ପରେ ଅଗ୍ନିଶମ ବିଭାଗ ପହଞ୍ଚି ଦୁଇ ଘଣ୍ଟା ପରେ ବୁଝାସୁଝା କରି ତାଙ୍କୁ ତଳକୁ ଓହ୍ଲାଇ ଥିଲେ।

Leave A Reply

Your email address will not be published.