You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୨୪୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ୩ଜଣଙ୍କ ଜୀବନ ନେଇଛି କରୋନା ।
୨. ରାଜ୍ୟରେ କାଲିଠାରୁ କରୋନା ଟୀକାର ହେବ ଡ୍ରାଏରନ । ଏଥିପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ।
୩. ପୁରୀରେ ଆନ୍ତର୍ଜାତୀୟ ବିମାନ ପ୍ରତିଷ୍ଠା ନିମନ୍ତେ ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୪. ନୂତନ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ପ୍ରଦୀପ କୁମାର ଜେନା । ସେପଟେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି ସୁରେଶ ମହାପାତ୍ର
୫. ପୁରୀକୁ ସ୍ୱଚ୍ଛ ରଖିବା ପାଇଁ ଜିଲ୍ଲା ପ୍ରଶାସନର ନୂତନ ପ୍ରୟାସ । ବଡ଼ ଦାଣ୍ଡରୁ ଆରମ୍ଭ ହୋଇଛି ସଫେଇ ଅଭିଯାନ ।
୬. ସୁନ୍ଦରଗଡ଼ ଜିଲ୍ଲା ସବଡେଗା ସ୍ଥିତ ଆକ୍ସିସ ବ୍ୟାଙ୍କ ଏଟିଏମ ଭାଙ୍ଗି ଟଙ୍କା ଲୁଟ ଅଭିଯୋଗ । ପୋଲିସ ଚଳାଇଛି ତଦନ୍ତ ।
୭. ରାଜ୍ୟରେ ଆଜିଠୁ ଯାଞ୍ଚ ହେଉଛି କଡ଼ାକଡ଼ି ଡବଲ୍‌ ହେଲମେଟ୍‌ ଚେକିଂ ।
୮. ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅଞ୍ଚଳରୁ ଚୋରା ଲୁହା ପଥର ଟ୍ରକ ଓ କାର ଜବତ । ଗିରଫ ହୋଇଛନ୍ତି ୫ ଅଭିଯୁକ୍ତ ।
୯. ଆଇଏଏସ୍‌ ସ୍ତରରେ ଅଦଳବଦଳ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ଭାବେ ଭିନିଲ କ୍ରିଷ୍ଣାଙ୍କୁ ଦାୟିତ୍ୱ ।
୧୦. କୁହୁଡ଼ିରେ ଆଚ୍ଛାଦିତ ରାଜଧାନୀ । ଆଗକୁ ଅଧିକ ଶୀତ ବଢ଼ିବାର ସମ୍ଭାବନା ।

ଅନ୍ୟମାନଙ୍କୁ ଜଣାନ୍ତୁ।