You are currently viewing ପୋଖରୀରୁ ମୃତ ଦେହ ଉଦ୍ଧାର

ପୋଖରୀରୁ ମୃତ ଦେହ ଉଦ୍ଧାର

  • Post category:ଓଡିଶା
  • Reading time:1 mins read

ପୁରୀ/କୋଣାର୍କ.ଏଏନଏସ(୧୦.୯.୨୨) : ପୋଖରୀରେ ଭାସୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର। ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତା ବାଲିଗୁଆଳି ନିକଟରେ ଥିବା ଏକ ପୋଖରୀ ରୁ ମୃତ ଦେହ ଉଦ୍ଧାର ହୋଇଚି। ସ୍ଥାନୀୟ ଲୋକ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେବାପରେ ପେଣ୍ଠକଟା ମେରାଇନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।

ମୃତକ ହେଉଛନ୍ତି ପୁରୀ ସଦର ଥାନା ଗୋପାଳପୁର ଅଞ୍ଚଳର ଦାମ ଭୋଇ। ତେବେ କିଭଳି ଭାବେ ଦାମଙ୍କ ମୃତ୍ୟୁ ହେଲା ଏବଂ ସେ କିଭଳି ଉକ୍ତ ସ୍ଥାନ କୁ ଗଲେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଚି। ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।