ଯାଜପୁର, ଯାଜପୁର ଟାଉନ୍ ଥାନା ଅନ୍ତର୍ଗତ ଆଙ୍କୁଲା ନୂଆ ନଦୀବନ୍ଧ ନିକଟରୁ ପରିତ୍ୟକ୍ତ ଅବସ୍ଥାରେ ଏକ ନବଜାତ ଶିଶୁ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ସକାଳୁ କିଛି ଲୋକ ଶୌଚ ହେବାକୁ ଯାଇଥିବା ସମୟରେ ନଦୀ ବନ୍ଧ କଡ଼ରେ ଏକ ବ୍ୟାଗ ପଡ଼ିଥିବାର ଦେଖି ଭିତରେ କ’ଣ ଅଛି ବୋଲି ଜାଣିବା ପାଇଁ ଦେଖିଥିଲେ। ପରେ ଭିତରେ ଏକ ନବଜାତର ମୃତଦେହ ଥିବା ଦେଖିଥିଲେ । ତେବେ କିଏ ଏବଂ କାହିଁକି ଏଠାରେ ଶିଶୁ ଏଭଳି ଫିଙ୍ଗିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
