You are currently viewing ଓଡିଶାର ବୁଣାକାରଙ୍କ ବିକାଶ ଲକ୍ଷ୍ୟରେ ଫ୍ୟାସନ ସୋ ଆୟୋଜିତ

ଓଡିଶାର ବୁଣାକାରଙ୍କ ବିକାଶ ଲକ୍ଷ୍ୟରେ ଫ୍ୟାସନ ସୋ ଆୟୋଜିତ

  • Post category:ଓଡିଶା
  • Reading time:1 mins read

ଏଏନଏସ : ଓଡ଼ିଶା ହସ୍ତତନ୍ତ ଦିବସ ଉପଲକ୍ଷେ ହୋଟେଲ ଏଚ.ଏଚ.ଆଇରେ ଫ୍ୟାସନ ସୋ ଆୟୋଜିତ । ଭୁବନେଶ୍ୱରସ୍ଥିତ ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟିରୀୟର ଆଣ୍ଡ୍ ଫ୍ୟାସନ ଟେକ୍ନୋଲୋଜି ପକ୍ଷରୁ ହୋଟେଲ ଏଚ.ଏଚ.ଆଇରେ ଫ୍ୟାସନ ସୋ ଆଜି ଆୟୋଜିତ ହେବାକୁ ଯାଉଛି । ଏଥିରେ ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟିରୀୟର ଆଣ୍ଡ୍ ଫ୍ୟାସନ ଟେକ୍ନୋଲୋଜିର ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହି ଛାତ୍ରଛାତ୍ରୀମାନଙ୍କୁ  ଉତ୍ସାହିତ କରିବା ପାଇଁ ବମ୍ୱେ ଓ ଦିଲ୍ଲୀରୁ ଡିଜାଇନରମାନେ ମଧ୍ୟ ଅଂଶଗ୍ରହଣ କରିବେ। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଏବଂ ଚଳଚ୍ଚିତ୍ର ଅଭିନେତା ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର ଏବଂ ଚଳଚ୍ଚିତ୍ର ଅଭିନେତା ଶ୍ରୀଯୁକ୍ତ ଆକାଶ୍ ଦାସ୍ ନାୟକ ଯୋଗ ଦେବାର ସୂଚନା ରହିଛି ।

ଏହି କାର୍ଯ୍ୟକ୍ରମରେ ନିଫ୍ଟର ପୂର୍ବତନ ପ୍ରତିଭାବନ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯିବ। ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟିରୀୟର ଆଣ୍ଡ୍ ଫ୍ୟାସନ ଟେକ୍ନୋଲୋଜିର ପ୍ରାଧ୍ୟାପିକା ଡ. ବିଷ୍ଣୁପ୍ରିୟା ଦାସଙ୍କ ତତ୍ତ୍ୱାବଧାନରେ ଅଧ୍ୟାପକ ଡ଼. ବିକାଶ କୁମାର ଜେନା, ଅଧ୍ୟାପିକା ଶ୍ରୀମତୀ ମିନାକ୍ଷୀ ପାଢ଼ୀ ଓ ଅଧ୍ୟାପିକା ନିଶିପ୍ରଭାଙ୍କ ସହୋଯୋଗରେ ହସ୍ତତନ୍ତ କପଡ଼ାରେ ଛାତ୍ରଛାତ୍ରୀମାନେ ବିଦେଶୀ ପୋଷାକ ପ୍ରସ୍ତୁତ କରିଛନ୍ତି। ପୂର୍ବତନ ଛାତ୍ରୀ ନିଶିସ ଫ୍ଲେୟାର ଓ ଏଲିନା ଫ୍ୟାସନ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛନ୍ତି।

ଓଡ଼ିଶାର ହସ୍ତତନ୍ତ ବସ୍ତ୍ରର ଚାହିଦା ଓ ଆବଶ୍ୟକତା ସମଗ୍ର ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ଏହି ଫ୍ୟାସନ ସୋର ଲକ୍ଷ୍ୟ । ଓଡ଼ିଶାର ହସ୍ତତନ୍ତ ବସ୍ତ୍ର ଯାହା ଆମ ଓଡ଼ିଶାର ଗର୍ବ ଏବଂ ଗୌରବ ତାହା କେବଳ ଓଡ଼ିଶାର ପାରମ୍ପରିକ ବସ୍ତ୍ରରେ ସୀମିତ ନରହି ପାଶ୍ଚାତ୍ୟ ସଭ୍ୟତାର ପୋଷାକ ତିଆରି କରାଗଲେ ଏହାର ଚାହିଦା ବିଦେଶରେ ମଧ୍ୟ ବୃଦ୍ଧି ପାଇବ । ଓଡିଶାର ହସ୍ତତନ୍ତକୁ ସମଗ୍ର ବିଶ୍ୱରେ ପରିଚିତ କରିବା ପାଇଁ ଏହା ଏକ ଛୋଟ ପ୍ରୟାସ ବୋଲି ଆୟୋଜନମାନେ ମତ ରଖିଛନ୍ତି । ଏହା ଦ୍ୱାରା ଓଡ଼ିଶାର ହସ୍ତଶିଳ୍ପ ବୃଦ୍ଧିପାଇବା ସହିତ ଆମ ରାଜ୍ୟର ବୁଣାକାରମାନେ ମଧ୍ୟ ଉପକୃତ ହେବେ । ଏହି ଫ୍ୟାସନ ଶୋ ନେକଷ୍ଟଜେନ୍ ଫ୍ୟାସନ ଟୁର୍ ଆଣ୍ ଲାଇଫଷ୍ଟାଇଲ୍ ସହୟୋଗରେ ଆୟୋଜିତ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।