ଅବହେଳିତ ଅବସ୍ଥାରେ ପ୍ରାଚୀନ ଶୈବପୀଠ ଅନନ୍ତେଶ୍ୱର

ସାଲେପୁର, କଟକଜିଲ୍ଲା ନିଶ୍ଚିନ୍ତକୋଇଲିବ୍ଲକ ଅନ୍ତର୍ଗତ କଳମିଶ୍ରି ପଂଚାୟତର ଲେଣ୍ଡୁରା ଭଗବାନପୁର ଗ୍ରାମରେ ପ୍ରାଚୀନଶୈବ ପୀଠ ଅନନ୍ତେଶ୍ୱରଙ୍କ ମନ୍ଦିର ଅବସ୍ଥିତ । ଶହଶହ ବର୍ଷ ପୂର୍ବରୁ ଅବସ୍ଥିତ ଏହି ଶୈବପୀଠକୁ ବର୍ଷ ତମାମ ଶ୍ରଦ୍ଧାଳୁମାନଙ୍କର ଯାତାୟତ ଲାଗିଥାଏ। ଏଠାରେ ସବୁଠାରୁ ବଡଯାତ୍ରା ଝାମୁଯାତ୍ରା ଏପ୍ରିଲମାସରେ ଅନୁଷ୍ଠିତ ହୋଇଥାଏ।ବହୁ କାଳରୁ ଏଠାରେ ମହା ଶିବରାତ୍ରି ଓ ପାଟୁଆଯାତ୍ରା ଅନୁଷ୍ଠିତ ହୋଇଆସୁଛି । ବିଭିନ୍ନ ସମୟରେ ରାଜ୍ୟର ସହଶ୍ରାଧିକ ପର୍ଯ୍ୟଟକ ଏହି ପୀଠକୁ ଦର୍ଶନ ପାଇଁ ଆସିଥାନ୍ତି । ବହୁ ମାନଶିକ ଧାରୀ ଶ୍ରଦ୍ଧାଳୁ ନିଜର ମନସ୍କାମନା ପୂରଣପାଇଁ ଏହି ପୀଠକୁ ଆସିଥାନ୍ତି ।


ପ୍ରାୟ ଅଷ୍ଟମ ଶତାବ୍ଦୀର ଏହି ପ୍ରାଚୀନ ମନ୍ଦିର ଚିତ୍ରୋତ୍ପଳା ନଦୀବଢ଼ିରେ କାଳକ୍ରମେ ଭାଙ୍ଗିରୁଜି ଯାଇଥିବା କୁହାଯାଉଛି।କିମ୍ବଦନ୍ତୀ ଅନୁଯାଇ, ନଦୀ ବଢି ସମୟରେ ଜଣେ ଭକ୍ତ ମିନ୍ଦର ର ପଛଭାଗ ପଶ୍ଚିମ ଦିଗରେ ରହିଥିଲେ କିନ୍ତୁ ଦର୍ଶନ ନିମନ୍ତେ ବ୍ୟାକୁଳ ଥିବାରୁ ଭକ୍ତଙ୍କୁ ଦର୍ଶନ ଦେବାକୁ ଅନନ୍ତେସ୍ୱରଙ୍କ ଦ୍ୱାର ପୂର୍ବ ଦିଗରୁ ପଶ୍ଚିମ ଦିଗକୁ ବୁଲିଯାଇଥିଲା। ରକ୍ଷଣାବ୍ୟକ୍ଷଣ ଗ୍ରାମବାସିମାନଙ୍କ ଦ୍ୱାରା କରାଯାଉଥିଲା।

ପରିତାପର ବିଷୟ ଯେ, କେନ୍ଦ୍ରସରକାର ୨୦୦୯ ମସିହାରେ ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିଛନ୍ତି, କିନ୍ତୁ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ପ୍ରାଚୀର, ବର୍ଷା ଦିନରେ ପାଣି ଜମି ରହି ଥିବାରୁ ଜଳ ନିଷ୍କାସନ ବ୍ୟବସ୍ଥା, ଯାତ୍ରୀ ନିବାସ, ପାନୀୟ ଜଳ, ଅଲୋକି କାରଣ ବ୍ୟବସ୍ତା ଉନ୍ନତିକରଣ ନିମନ୍ତେ ଆର୍ଥିକ ଅନୁଦାନ ଅଦ୍ୟାବଧି ମିଳିନଥିବା ବିଷୟ ଟ୍ରଷ୍ଟର କର୍ମକର୍ତ୍ତା ଓ ଗ୍ରାମବାସି ପ୍ରକାଶ କରିଛନ୍ତି। ତେବେ ଦେଖିବାକୁ ବାକିରହିଲା ସରକାର କେବେ ପ୍ରାଚୀନ ଶୈବ ପୀଠର ଉନ୍ନତି ନିମନ୍ତେ ପଦକ୍ଷପ ନେଉଛନ୍ତି ।

Leave A Reply

Your email address will not be published.