ବ୍ରହ୍ମପୁର(ଏଏନଏସ) ୦୧/୧୨: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ସଚିନ ଚୌଧୁରୀ (୨୮) ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ଆହତ ସଚିନଙ୍କୁ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହା ଗୋସାଣିନୁଆଁ ଗାଁ ଥାନା ଅନ୍ତର୍ଗତ ଶାଳିଆ ବନ୍ଧ ସାହିରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ହୋଇଥବାର ସଚିନଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଆଜି ଶାଳିଆ ବନ୍ଧ ସାହିରେ ବିଏମ୍ସି ପକ୍ଷରୁ ଜବର ଦଖଲ ଉଚ୍ଛେଦ ଚାଲିଥିଲା ବେଳେ ଏହି ସମୟରେ ଉକ୍ତ ଅଞ୍ଚଳରେ ଗୁଳି ଫୁଟିଛି ।