You are currently viewing ଶ୍ରୀମନ୍ଦିର ବଡଦାଣ୍ଡରୁ ହଟିଲା ବ୍ୟାରିକେଡ୍ : ଭକ୍ତଙ୍କ ପାଇଁ ଖୋଲିବ ଚାରି ଦ୍ୱାର

ଶ୍ରୀମନ୍ଦିର ବଡଦାଣ୍ଡରୁ ହଟିଲା ବ୍ୟାରିକେଡ୍ : ଭକ୍ତଙ୍କ ପାଇଁ ଖୋଲିବ ଚାରି ଦ୍ୱାର

  • Post category:ଓଡିଶା
  • Reading time:1 mins read

ଏଏନଏସ: ଶ୍ରୀମନ୍ଦିର ବଡଦାଣ୍ଡରୁ ବ୍ୟାରିକେଡ୍ ହଟା ଯାଇଛି। ଆଗାମୀ  ଦୁଇ ତିନି ମଧ୍ୟରେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲା ଯିବା ନେଇ ସୂଚନା ମଧ୍ୟ ରହିଛି। ଏବେ ବେଶ ଖୁସିରେ ଓ ଶାନ୍ତିରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।

ସୂଚନା ଥାଉକି ସରକାର ପରିବର୍ତନ ପରେ ପରେ ରାଜ୍ୟର ବ୍ୟବସ୍ଥାରେ ମଧ୍ୟ ପରିବର୍ତନ ହେବାକୁ  ଯାଉଛି। ପରିକ୍ରମା ପ୍ରକଳ୍ପ ନାମରେ ଐତିହ ପୀଠ ଗୋଡିକୁ ଭାଙ୍ଗି ବଡ ଦାଣ୍ଡରେ ଦର୍ଶକ ମାନଙ୍କ ପାଇଁ ଶୀତ ତାପ ନିୟନ୍ତ୍ରିତ ସେଡ ତିଆରି କରିବା ଗତ ସରକାରଙ୍କର ଭୁଲ ଥିଲା। ଏନେଇ  ଜନସାଧାରଣ ନିର୍ବାଚନରେ ତାଙ୍କର ପ୍ରତିକ୍ରିୟା ରଖିଥିଲେ। ଶ୍ରୀମନ୍ଦିରର ଚାରିଦ୍ୱାର ବନ୍ଦ କରି ଗୋଟିଏ ଦ୍ୱାରରେ ଭକ୍ତଙ୍କୁ ପ୍ରବେଶ କରାଇବା ହେତୁ ଶ୍ରଦ୍ଧାଳୁ ମାନଙ୍କ ମନରେ କ୍ଷଭ ଦେଖା ଯାଇଥିଲା।

ଅନ୍ୟପଟେ ପାଖେଇ ଆସୁଛି ଓଡ଼ିଶାର ପ୍ରସିଦ୍ଧ ରଥଯାତ୍ରା । ଏନେଇ ଆରମ୍ଭ ହେଲାଣି  ସମସ୍ତ ପ୍ରସ୍ତୁତି । ଶ୍ରୀମନ୍ଦିର ବାହାରେ କରାଯାଇଥିବା ଏସି ସେଡ୍ ଗୋଡ଼କୁ ଖୋଲାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଖରାରୁ ରକ୍ଷା ପାଇବା ପାଇଁ କିଛି ଦିନ ପୂର୍ବରୁ ହିଁ ଏହି ଏସି ସେଡ୍ କରାଯାଇଥିଲା । ହେଲେ ଏଥିରେ ରଥଯାତ୍ରାରେ  ସମସ୍ୟା ହୋଇପାରେ ବୋଲି ଏହି ଏସି ସେଡ୍ ଗୋଡିକୁ ଖୋଲାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।