You are currently viewing ଆଜିର ମଣିଷ ବିଶ୍ୱାସ କରୁଛି ଅନ୍ଧବିଶ୍ୱାସକୁ: ସାପ କାମୁଡ଼ିଲେ ଶରୀରରେ ଲଗାଉଛି ଏସିଡ଼୍‌

ଆଜିର ମଣିଷ ବିଶ୍ୱାସ କରୁଛି ଅନ୍ଧବିଶ୍ୱାସକୁ: ସାପ କାମୁଡ଼ିଲେ ଶରୀରରେ ଲଗାଉଛି ଏସିଡ଼୍‌

ଢ଼େଙ୍କାନାଳ, ଆଧୁନିକ ଯୁଗରେ ବି ମଣିଷ ବିଶ୍ୱାସ ରଖିଛି ଅନ୍ଧବିଶ୍ୱାସ ଉପରେ । ଦେହ ଖରାପ ହେଲେ ହସ୍ପିଟାଲ ଯିବା ବଦଳରେ ଯାଉଛି ଗୁଣିଆ ଓ ବଇଦଙ୍କ ପାଖକୁ । ନିକଟରେ ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଘଟଣା ଢ଼େଙ୍କାନାଳ ଜିଲ୍ଲାରେ ନଜରକୁ ଆସିଛି । ଉକ୍ତ ଜିଲ୍ଲାରେ ଜଣେ ଗୁଣିଆ ଲୋକମାନଙ୍କୁ ଭଲ କରିଦେବା ଆଳରେ ଏସିଡ଼ ଲଗାଇ ଚିକିତ୍ସା କରୁଛି । ଯାହାଫଳରେ ପରେ ରୋଗୀମାନେ କଷ୍ଟ ଅନୁଭବ କରି ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଛନ୍ତି । ଯେଉଁବ୍ୟକ୍ତି ମାନେ ସେ ଗୁଣିଆ ପାଖରେ ଚିକିତ୍ସା ହୁଅନ୍ତି, ସେମାନେ ମଧ୍ୟ ଜାଣିନଥିଲେ କି ତାଙ୍କ ଶରୀରରେ ମାଲିସ କରାଯାଉଥିବା ତରଳ ପଦାର୍ଥ ହେଉଛି ଏସିଡ଼ ।

ପରେ ପୋଡ଼ାଜଳା ହେବାରୁ ଡାକ୍ତର ଅନୁଧ୍ୟାନ କରି ଏହାକୁ ଏସିଡ଼ ବୋଲି କହିଛନ୍ତି । ତେବେ ଏଠାରେ ପ୍ରଶ୍ନଉଠୁଛି ଏସିଡ଼ ବିକ୍ରୀ ଉପରେ ପ୍ରତିବନ୍ଧକ ଲାଗିଥିଲେ ମଧ୍ୟ ଏହି ଗୁଣିଆ ନାମଧାରୀ ବ୍ୟକ୍ତି ଜଣଙ୍କ କେଉଁଠାରୁ ଏହାକୁ କ୍ରୟ କରୁଛନ୍ତି । ଯଦି ଜିଲ୍ଲା ଏହିଭଳି ଚିକିତ୍ସା ସେ ଜାରୀ ରହିବେ, ତେବେ ଆଗାମୀ ଦିନରେ ଲୋକମାନେ ବଡ଼ ବଡ଼ ଅସୁବିଧାର ସମ୍ମୁଖୀନ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ତେଣୁ ସରକାରୀ ସ୍ତରରେ ଏହାକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟବାସିନ୍ଦା ଦାବି କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।