You are currently viewing ଭିଜିଲାନ୍ସ ଜାଲରେ GST ଅତିରିକ୍ତ କମିଶନର

ଭିଜିଲାନ୍ସ ଜାଲରେ GST ଅତିରିକ୍ତ କମିଶନର

  • Post category:ଓଡିଶା
  • Reading time:1 mins read

କଟକ(ଏଏନଏସ) ୦୮/୦୮ ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ । ଅତିରିକ୍ତ କମିଶନର ପିୟୁଷ କାନ୍ତ ପାଣିଙ୍କ ଘରେ ହୋଇଛି ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରାଯାଇଛି । କଟକ, ଭୁବନେଶ୍ୱର, ଯାଜପୁରର ୬ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି । କଟକ ସ୍ପେଶାଲ ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଚଢାଉ ହୋଇଛି । ଚଢାଉରେ ୫ ଜଣ ଡିଏସ୍ପି, ୧୧ ଜଣ ଇନସ୍ପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ । କଟକ ଓମ୍ପିରେ ଥିବା OFSC ଟାୱାରସ୍ଥିତ ଅଫିସ, ଭୁବନେଶ୍ବର ଚକେଇସିଆଣି ସ୍ଥିତ ତିନି ମହଲା କୋଠା, ଯାଜପୁର ଚୋରଦା ଛକରେ ଥିବା ଦୁଇଟି ୩ ମହଲା କୋଠା ଏବଂ ଗୋଟିଏ ବିଲ୍ଡିଂ, ଭୁବନେଶ୍ବର ଅନ୍ଧାରୁଆ ମୌଜାରେ ଥିବା ପ୍ଲଟ, ଭୁବନେଶ୍ବର ସାମନ୍ତପୁର ମୌଜାରେ ଥିବା ପ୍ଲଟ, ଭୁବନେଶ୍ୱର ସୁନ୍ଦରପୁର ମୌଜାରେ ଥିବା ପ୍ଲଟରେ ଚଢାଉ ଜାରି ।

ଅନ୍ୟମାନଙ୍କୁ ଜଣାନ୍ତୁ।