You are currently viewing ପୁଣିଥରେ କାର୍ଯ୍ୟରେ ଯୋଗଦେଲେ ଖୋର୍ଦ୍ଧା ଏସପି

ପୁଣିଥରେ କାର୍ଯ୍ୟରେ ଯୋଗଦେଲେ ଖୋର୍ଦ୍ଧା ଏସପି

ଖୋର୍ଦ୍ଧା, ଖୋର୍ଦ୍ଧା ଜିଲ୍ଲା ଏସପି ଅଜୟ ପ୍ରତାପ ସ୍ୱାଇଁ ପୁଣିଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତାଙ୍କର କୋଭିଡ଼ ରିପୋର୍ଟ ନେଗେଟିଭ ଆସିବା ପରେ ଆଜି ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି ଏସପି । ସୂଚନାଥାଉକି, କିଛି ଦିନ ତଳେ ଏସପିଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ପରେ ତାଙ୍କ କୋଭିଡ଼ ରିପୋର୍ଟ ପଜେଟିଭ ମଧ୍ୟ ଆସିଥିଲା । ସେ ଚିକିତ୍ସିତ ହେଉଥିଲେ । କିନ୍ତୁ ଏବେ ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେ କାର୍ଯ୍ୟାଳୟରେ ପୁଣିଥରେ ଯୋଗ ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।